ଓଡ଼ିଶା 365 (ବ୍ୟୁରୋ): ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ । କଳାହାଣ୍ଡି ଜିଲ୍ଲାରେ ଦିବ୍ୟଶଙ୍କରଙ୍କୁ ଗାଡିକୁ ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ମଙ୍ଗଳବାର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ । ଏହି ସମୟରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନାରାବାଜି ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏପରିକି କଂଗ୍ରେସ କର୍ମୀମାନେ ବିଧାୟକଙ୍କ କାର ସମ୍ମୁଖରେ ଶୋଇ ପଡିଥିଲେ । ପୋଲିସ ବିକ୍ଷୋଭକାରୀମାନଙ୍କୁ ଟାଣି ହଟାଇବା ପରେ ବିଧାୟକଙ୍କ ଗାଡି ଆଗକୁ ଯାଇଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାକୁ ନେଇ କ୍ୟାପଟେନ ଦିବ୍ୟଶଙ୍କରକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ । ଦିବ୍ୟଶଙ୍କରଙ୍କ ସହ ଅନ୍ୟ ଦୁଇ ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କୁ ମଧ୍ୟ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ । ତେବେ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।