ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଶା 365 (ବ୍ୟୁରୋ) : ଧାରା ୩୭୦ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଧାରା ୩୭୦ ରଦ୍ଦ ଏବଂ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରିବାକୁ ନେଇ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହାର ଶୁଣାଣି କରିଛନ୍ତି । ୧୬ ଦିନ ଧରି ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।