ଓଡ଼ିଶା 365 (ବ୍ୟୁରୋ):ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ, ଜି-୨୦ଲାଗି ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି। ସେହିପରି ଭାରତୀୟ ଖେଳାଳିଙ୍କ ଜର୍ସିରେ ନାଁ ବଦଳାଇ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖିବାକୁ ଟ୍ୱିଟରରେ ଅପିଲ୍ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ। ସେ ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଚିଠି ଲେଖିଛନ୍ତି । ସେପଟେ ବିଶ୍ୱକପ ପାଇଁ ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ଟିମରେ ରୋହିତ ଶର୍ମା ଅଧିନାୟକ,ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଭାରତରେ ଖେଳାଯିବ ୨୦୨୩ ବିଶ୍ବକପ।