ଓଡ଼ିଶା 365 (ବ୍ୟୁରୋ): ଦେଶର ନାମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ନେଇ ଏବେ ଚାଲିଛି ବିତର୍କ । ତେବେ କଂଗ୍ରେସ ଏହାକୁ ନେଇ ରାଜନୀତି କରିବା ଆରମ୍ଭ କରିଛି । ବିଜେପି କହିଛି ଇଣ୍ଡିଆ ନାମ ବଦଳିଲେ କିଛି ଅସୁବିଧା ନାହିଁ । ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଭାରତ ନାମକୁ ସମର୍ଥନ କରିଛନ୍ତି ।ହଟିବ ଇଣ୍ଡିଆ ଦେଶର ନାଁ ହେବ କେବଳ ‘ଭାରତ’ । ଦେଶର ନାମ ୨୦୨୪ ପୂର୍ବରୁ ଭାରତ ହୋଇଯିବ। ଏଣିକି ଇଣ୍ଡିଆ ସ୍ଥାନରେ କେବଳ ଭାରତ ଲେଖାଯିବ ।ଏନେଇ କେନ୍ଦ୍ରସରକାର ଯୋଜନା କରୁଥିବା କଥା ଚର୍ଚ୍ଚା ହେଉଛି। ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି କେନ୍ଦ୍ର ସରକାର। ସରକାର ଏକଥାକୁ ଖୋରାକ ଯୋଗାଉଛି ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।
ସେପଟେ ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ମୋଦୀ ସରକାର ଡରିଯାଇଛନ୍ତି । ଇଣ୍ଡିଆ ଭାରତର ସମ୍ବିଧାନରେ ପ୍ରଥମ ବାକ୍ୟ ଲେଖା ଅଛି “ଇଣ୍ଡିଆ ଦାଟ ଇଜ୍ ଭାରତ” । ନାମ ବଦଳାଇବା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ, ଏହାକୁ ବଦଳାଇ ସମ୍ବିଧାନ ଉପରେ ବଡ ଆକ୍ରମଣ କରାଯାଉଛି । ବିରୋଧୀ ମେଣ୍ଟକୁ ବିରୋଧ ଆଳରେ ମୋଦୀ ସରକାର ସମ୍ବିଧାନକୁ ପରିବର୍ତନ କରିବାକୁ ଯୋଜନା କରୁଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି ।ଅନ୍ୟପଟେ ଆପ୍ ସାଂସଦଙ୍କ ଏ ବୟାନକୁ ନେଇ ଜାତୀୟ ଗଣମାଧମରେ ଆରମ୍ଭ ହୋଇଛି ଆଲୋଚନା ।ତେବେ ନାମକୁ ନେଇ ଦୁଇ ମତ ପ୍ରକାଶ ପାଇଛି । ଦେଶର ନାମ କେବେ ଇଣ୍ଡିଆ ନଥିଲା କହିଛନ୍ତି ବିଜେପି ନେତା ।ଭାରତ ନାମ ହଜାର ହଜାର ବର୍ଷରୁ ରହି ଆସିଛି ।
ଇଂରେଜ ମାନେ ସେମାନଙ୍କ ଉଚ୍ଚାରଣ ସହଜ ପାଇଁ ଇଣ୍ଡିଆ ନାମକରଣ କରିଛନ୍ତି । ଏଭଳି କହିଛନ୍ତି ଅନେକ ସାଧୁସନ୍ଥ । ଅନେକ ପୁରାଣରେ ଦେଶର ନାମ ଭାରତ ରହିଛି । ୫ ହଜାର ବର୍ଷ ପୂର୍ବେ ରାଜା ଭରତଙ୍କ ନାମ ଅନୁସାରେ ଦେଶ ଭାରତ ରହିଥିବା କହିଛନ୍ତି । ଇଂରେଜମାନେ ସେମାନଙ୍କ ସହଜ ଉଚ୍ଚାରଣ ପାଇଁ ଏପରି ନାମକରଣ କରିଥିବାରୁ ଏହି ନାମ ବଦଳିବାର ଆବଶ୍ୟକତା ଥିବା ନେଇ ମତ ରଖିଛନ୍ତି ବିଜେପି ନେତା । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ମତ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଅନେକ ବିଶିଷ୍ଟ ବ୍ୟକ୍ତି ଭାରତ ନାମକୁ ସ୍ବାଗତ କରିଛନ୍ତି । ତେବେ ବିରୋଧୀ ଦଳମାନେ ଇଣ୍ଡିଆ ନାମକୁ କାହିଁକି ବାଦ ଦିଆଯିବ ପ୍ରଶ୍ନ ଉଠାଇଛନ୍ତି । ତେବେ ଆଗମୀ ଦିନରେ ସମ୍ବିଧାନ ସଂଶୋଧନ ହେଉଛି ନା ଏପରି ନାମ କେବଳ ବ୍ୟବହାର ହେଉଛି ତାହା ଦେଖିବାକୁ ବାକି ରହିଲା ।