ଓଡ଼ିଶା 365 (ବ୍ୟୁରୋ): ଛୋଟ ଠୁ ବୟସ୍କ ଚିିକେନ୍ ଖାଇବାକୁ ସମସ୍ତେ ଭଲପାଆନ୍ତି । ଚିକେନରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ । ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ । ଚିକେନକୁ ନେଇ ଅନେକ ରେସିପି ପ୍ରସ୍ତୁତ କରାଯାଇଥାଏ । ହେଲେ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ଭିତରେ ଚିକେନକୁ ବିଭିନ୍ନ ମସଲା ଦ୍ୱାରା ଭଲଭାବରେ କଷାଇ ଖାଇବା ପାଇଁ କାହାରି ପାଖରେ ସମୟ ନାହିଁ । ତେଣୁ ସିଝା ଚିକେନ୍ ଖାଇବା ସମସ୍ତଙ୍କର ପସନ୍ଦ ହୋଇଯାଇଛି । ସିଝା ଚିକେନ୍ ଆମ ଶରୀର ପାଇଁ ଉପକାରୀ ହୋଇଥାଏ ।
ଚିକେନ ତରକାରୀ ଓ ଚିକେନ କଷା ଆଦି ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ଏହାସହ ଏଥିରେ ମସଲା ଓ ତେଲ ଭରପୁର ମାତ୍ରାରେ ଥିବାରୁ ଅତ୍ୟଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ସିଝା ଚିକେନ୍ ସପ୍ତାହକୁ ୩ ରୁ ୪ଥର ଖାଇଲେ ମଧ୍ୟ ଏହା ସହଜରେ ହଜମ ହୋଇଥାଏ। ସ୍ୱାସ୍ଥ୍ୟର କ୍ଷତି ହୋଇନଥାଏ। ଚିକେନ୍ ପ୍ରୋଟିନ୍ର ଏକ ଉତ୍ତମ ସ୍ରୋତ। ପ୍ରୋଟିନ ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
ଏହାସହ ଏଥିରେ ଭିଟାମିନ ବି୬, ଭିଟାମିନ ବି-୧୨ ରହିଛି । ଏଥିରେ ଆଇରନ ଓ ଜିଙ୍କ୍ ଭଳି ଖଣିଜ ତତ୍ତ୍ୱ ମଧ୍ୟ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସିଝା ଚିକେନ୍ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ଦୂର ହେବାସହ ଓଜନ ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ । ତେଣୁ ଚିକେନରେ ଅଳ୍ପ ପରିମାଣର ପନିପରିବା ସାମାନ୍ୟ ଲୁଣ ଓ ଗୋଲମରିଚ ଗୁଣ୍ଡ ବ୍ୟବହାର କରି ସପ୍ତାହକୁ ଦୁଇରୁ ତିନିଥର ସିଝା ଚିକେନ୍ ଖାଆନ୍ତୁ ।