ଓଡ଼ିଶା 365 (ବ୍ୟୁରୋ) : ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେହି କେହି ଏହାକୁ ରୁଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ । ତେବେ ଶାଗ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଶକ୍ତି । ଏଥିରେ ଖାଦ୍ୟସାର A, ସି, କେ,ବି୨,ବି୧୨ ସହିତ ପ୍ରଚୁର ପରିମାଣରେ ରହିଛି ଲୌହ ଜାତୀୟ ଶକ୍ତିସାର ।
ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ । ଶାଗର ଜଳଧାରଣର କ୍ଷମତା ଅଧିକ । ଏହା ଶରୀରର ପାଚନ ପ୍ରକିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷରୂପେ ପ୍ରଭାବିତ କରିଥାଏ । ପ୍ରତ୍ୟେକଟି ଶାଗରେ ରହିଛି ଭରପୁର ଔଷଧୀୟ ଗୁଣ । ତେବେ ଏହାକୁ କେହି କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଶାଗ ଖାଇବା ଦ୍ୱାରା ଦୃଷ୍ଟିଶକ୍ତିରେ ମଧ୍ୟ ବୃଦ୍ଧି ଘଟିଥାଏ । ତେବେ ପିଲାଠୁଁ ବୃଦ୍ଧ ସମସ୍ତଙ୍କୁ ଶାଗ ଖାଇବା ନିହାତି ଦରକାର