ଓଡ଼ିଶା 365 (ବ୍ୟୁରୋ) : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏହି ସମୟରେ ସେ ଅଯୋଧ୍ୟରେ ନିର୍ମାଣ କରାଯାଉଥିବା ଶ୍ରୀରାମ ଜନ୍ମଭୂମୀ ମନ୍ଦିରରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ କରିବେ ବୋଲି ଚର୍ଚ୍ଚା ହେଉଛି । ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର (ରାମ ମନ୍ଦିର )ର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଏହା ସହିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ ଆସନ୍ତା ବର୍ଷ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏଥି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯୋଗୀ ଆଦିତ୍ୟନାଥ ନିମନ୍ତ୍ରଣ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ସହ ରାଜ୍ୟର ବିଭାଗୀୟ ମୁଖ୍ୟାଳୟରେ ପ୍ରତିଷ୍ଠିତ ଅଟଳ ଆବାସିକ ବିଦ୍ୟାଳୟଗୁଡ଼ିକର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିପାରନ୍ତି।