ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ରୁ ୧୦ ତାରିଖ ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଅଥି ପାଇଁ ଦିଲ୍ଲୀରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜି -୨୦ ସମ୍ମିଳନୀ ଯୋଗୁ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନ୍ଲାଇନ ଅର୍ଡର ଯୋଗାଇବା ଉପରେ ପ୍ରତିବନ୍ଧକ ଲଗାଯିବ । ଦିଲ୍ଲୀର ସମସ୍ତ କ୍ଲାଉଡ କିଚେନ୍,ବାଣିଜ୍ୟିକ ପ୍ରତିଷ୍ଠାନ, ବଜାର, ଖାଦ୍ୟ ବିତରଣ ଏବଂ ବାଣିଜ୍ୟିକ ବିତରଣ ସେବା ସେପ୍ଟେମ୍ବର୮ ରୁ ୧୦ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଦିଲ୍ଲୀ ପୁଲିସ ଏକ ଗାଇଡଲାଇନ ଜାରୀ କରିଛି । ସେହିପରି ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ଅଞ୍ଚଳରେ ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ମାଧ୍ୟମରେ ଡେଲିଭରୀ କରାଯାଉଥିବା ଅର୍ଡର ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି । ଜି-୨୦ ଶିଖର ସମ୍ମିଳନୀକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।