ଓଡ଼ିଶା 365 (ବ୍ୟୁରୋ) : ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ। ଭାରତୀୟ ଟିମ୍ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କାଣ୍ଡିରେ ପ୍ରେସ୍ମିଟ୍ ଜରିଆରେ ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଏସିଆ କପ୍ରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ବିଶ୍ବକପରେ ରହିଛନ୍ତି । ବିଶ୍ୱକପ୍ ଟିମ୍ ପାଇଁ ଚୟନ ହୋଇଥିବା ଦଳରେ, ଓପନର ଭାବେ ରୋହିତ ଶର୍ମା ଏବଂ ଶୁଭମନ୍ ଗିଲ୍ ରହିଛନ୍ତି । ତୃତୀୟ ଓପନର ଭାବେ ଇଷାନ୍ କିଷାନଙ୍କୁ ସାମିଲ କରାଯାଇଛି । ମଧ୍ୟକ୍ରମରେ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍, ସୂର୍ଯ୍ୟକୁମାର ଯାଦବ ରହିଛନ୍ତି । ଅଲ୍ରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କୁ ଚୟନ କରାଯାଇଛି । ପେସ୍ ବାହିନୀରେ ମହମ୍ମଦ ସାମି, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜସପ୍ରୀତ୍ ବୁମ୍ରାଙ୍କୁ ସ୍ଥାନ ମିଳିଛି। ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ। ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୧୪ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର ୮ ତାରିଖରେ ୫ ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ନଭେମ୍ବର ୧୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ବିଶ୍ବକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର ୨୯ରୁ ଖେଳାଯିବ ୱାର୍ମଅପ୍ ମ୍ୟାଚ୍ ।