ଓଡ଼ିଶା 365 (ବ୍ୟୁରୋ) : ଏସିଆ କପର ହାଇଭୋଲଟେଜ୍ ମ୍ୟାଚରେ ନେପାଳକୁ ହରାଇଲା ଭାରତ। ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୨୩୧ ରନର ଟାର୍ଗେଟ ଦେଇଥିଲା। ପେରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକ୍ରମଣାତ୍ମକ ଖେଳିଥିଲେ। ଉଭୟ ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ଭାରତ ୨.୧ ଓଭର ଖେଳିବା ପରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ମ୍ୟାଚ୍ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ୟ୍ୟ କରାଯାଇଥିଲା।