ଓଡ଼ିଶା 365 (ବ୍ୟୁରୋ) : ପୁଣି ଏକ ଇତିହାସ ରଚିବାକୁ ଯାଉଛି ଭାରତ । ଇସ୍ରୋ ପକ୍ଷରୁ ଆରମ୍ଭ କରାଯାଇଥିବା ମିଶନ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ଏବେ ଆଦିତ୍ୟ ଏଲ-୧ ୨୨୮ କିଲୋମିଟ ବାଇ ୪୦ ହଜାର ୨୨୫ କିଲୋମିଟର କକ୍ଷପଥରେ ପହଞ୍ଚିଛି ।ପୃଥିବୀର କକ୍ଷପଥରେ ଆସନ୍ତା ୧୮ ତାରିଖ ଯାଏଁ ଘୂରିବ ଆଦିତ୍ୟ-ଏଲ୍-୧ । ସୂର୍ୟ୍ୟଯାନର ପରବର୍ତ୍ତୀ କକ୍ଷପଥ ପରିବର୍ତନ ଆସନ୍ତା ୧୦ ତାରିଖ ରାତି ସାଢେ ୨ଟାରେ କରିବାକୁ ଧାର୍ୟ୍ୟ ହୋଇଛି । ରବିବାର ପ୍ରଥମ କକ୍ଷ ପରିବର୍ତ୍ତନ ପରେ ଆଜି ଦ୍ୱିତୀୟ ଥର କକ୍ଷ ପରିବର୍ତନ କରିଛି ଆଦିତ୍ୟ ଏଲୱାନ ।