ଓଡ଼ିଶା 365 (ବ୍ୟୁରୋ) : ପୁଣି ବଢିଲା ଯୁଦ୍ଧ ଆଶଙ୍କା । ଏହାରି ଭିତରେ ଏକ ବଡ଼ ଖବର ଆସିଛି, ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଚଳିତ ମାସରେ ଋଷ ଗସ୍ତରେ ଯାଇପାରନ୍ତି ଓ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗ ସେପ୍ଟେମ୍ବରରେ ପୁଟିନଙ୍କୁ ଭେଟିବା ପାଇଁ ଋଷ ଗସ୍ତରେ ଯାଇପାରନ୍ତି ବୋଲି ଜଣାପଡିଛି । ବିଶେଷ କରି ୟୁକ୍ରେନରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ସମ୍ଭାବନା ଉପରେ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିମ ଟ୍ରେନରେ ଋଷର ଭ୍ଲାଡିଭୋଷ୍ଟୋକ ଅଭିମୁଖେ ଯିବେ ଏବଂ ସେଠାରେ ସେ ପୁଟିନଙ୍କୁ ଭେଟିବେ। ଏହାପୂର୍ବରୁ ହ୍ୱାଇଟ ହାଉସ ଦାବି କରିଥିଲା ଯେ ୟୁକ୍ରେନ ଯୁଦ୍ଧ ପାଇଁ ଋଷ ପାଖରେ ଅସ୍ତ୍ରଶସ୍ତ୍ର ଭଣ୍ଡାର କମିଆସୁଥିବାବେଳେ ଋଷ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଦେବାକୁ ଅନୁରୋଧ କରିଛି ।