ଓଡ଼ିଶା 365 (ବ୍ୟୁରୋ) : ସୁସ୍ଥ ଶରୀର ପାଇଁ ଖାଦ୍ୟ ନିହାତି ଆବସ୍ୟକ । ଖାଦ୍ୟ ସହ ନିୟମିତ କିଛି ଫଳ ଖାଇବାକୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ। ବିଭିନ୍ନ ଫଳରେ ଭିଟାମିନ, ଖଣିଜ, ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ। ଏଣୁ ଶରୀର ଲାଗି ଆବଶ୍ୟକ ପୋଷକ ତତ୍ୱ ଫଳରେ ଭରି ରହିଥାଏ। ଫଳ ଖାଇବା ଯୋଗୁ ଆପଣଙ୍କୁ ବିଭିନ୍ନ ରୋଗର ବିପଦରୁ ମୁକ୍ତ ରଖିଥାଏ। ଏଣୁ ଏଥିଲାଗି କେହି କେବଳ ଫଳ ଖାଇ ଦିନ କଟାଇ ପାରିବେନି। ଏଥିରେ ଯଦି କେହି ଦିନକରେ ପ୍ରଚୁର ଫଳ ଖାଇ ଦିଅନ୍ତି ଆସନ୍ତୁ ଜାଣିବା କଣ ହେବ।
ଉତ୍ତମ ସ୍ୱାସ୍ଥ୍ୟ ଲାଗି ବିଶେଷଜ୍ଞମାନେ ସବୁ ପ୍ରକାରର ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। କାରଣ ଦୈନନ୍ଦିନ ଜୀବନରେ ଆମେ ଖାଉଥି ବା ଖାଦ୍ୟ ଶରୀରର ସମସ୍ତ ପୋଷକ ଆବଶ୍ୟକତା ପୂରଣ କରିପାରିନଥାଏ। ତେବେ ଏହାର ଅର୍ଥ ନୁହେଁ ଆପଣ ଖାଦ୍ୟ ନ ଖାଇ ଦିନ ତମାମ ଫଳ ଖାଇବେ। ଅତ୍ୟାଧିକ ଫଳ ଖାଇବା ମଧ୍ୟ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇ ନ ପାରେ ଯେଉଁ ହୀତ ଲାଗି ଆମେ ଖାଉଛେ। ଏଣୁ ଫଳ ସର୍ବଦା ସଂଜମ ମାତ୍ରାରେ ଖାଇବାକୁ କୁହାଯାଏ।
ଅତ୍ୟାଧିକ ଫଳ ଖାଇବା ଯୋଗୁ ବ୍ଲଡ ସୁଗାର, ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ସମେତ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ଛଡା ଅନ୍ୟ ପ୍ରକାରର ଅସୁବିଧାରେ ମଧ୍ୟ ପଡିପାରନ୍ତି। ଫଳରେ ଫ୍ରୁଟକୋଜ ଥାଏ। ଯାହା ଶରୀରରେ ଅଚାନକ ରକ୍ତ ଶର୍କରା ବୃଦ୍ଧି କରିପାରେ। ଏଥିରେ ଡାୟବେଟିଜରେ ଆକ୍ରାନ୍ତ ଥିଲେ ଏହା ଗୁରୁତର ପରିସ୍ଥିତି ସୃଷ୍ଟି କରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ପାଚନ ତନ୍ତ୍ର ନିୟମିତ ମାତ୍ରାରେ ଭୋଜନକୁ ପାଚନ କରିପାରେ। ଏଥିରେ ଫଳରେ ପ୍ରଚୁରମାତ୍ରାରେ ଫାଇବର ଥାଏ। ଯାହା ପାଚନ ଲାଗି କଷ୍ଟକର ହୋଇପଡେ।