ଓଡ଼ିଶା 365 (ବ୍ୟୁରୋ) : ସୋମବାର ସେୟାର ବଜାରର ପ୍ରାରମ୍ଭିକ କାରବାରରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଲିଛି । ବିଦେଶୀ ଫଣ୍ଡ ପ୍ରଭାବରେ ଘରୋଇ ବଜାର କାରବାର ଅଭିବୃଦ୍ଧି ଘଟିଛି । 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ ପ୍ରାରମ୍ଭିକ କାରବାରରେ ୨୪୦.୯୮ ପଏଣ୍ଟ ଅର୍ଥାତ ୦.୩୭ ପ୍ରତିଶତ ବୃଦ୍ଧି ଘଟି ୬୫୬୨୮.୧୪ ପଏଣ୍ଟରେ ପହଞ୍ଚିଛି । ସେହିପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ନିଫ୍ଟିରେ ୯୩.୫୦ ପଏଣ୍ଟ ଅର୍ଥାତ ୦.୪୮ ପ୍ରତିଶତ ବଢ଼ି ୧୯୫୨୮.୮୦ ପଏଣ୍ଟରେ ପହଞ୍ଚିଛି ।
ତେବେ ବିଏସଇ ସେନସେକ୍ସରେ ଟାଟା ଷ୍ଟିଲ, ଜିଏସଡବ୍ଲ୍ୟୁ ଷ୍ଟିଲ, ଅଲ୍ଟ୍ରାଟେକ, ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ, ମାରୁତି, ଏଚସିଏଲ ଟେକ୍ନୋଲୋଜି, ବିପ୍ରୋ ଏବଂ ଟେକ ମହିନ୍ଦ୍ରାର ସେୟାର ଗୁଡ଼ିକ ଲାଭରେ କାରବାର କରିଛି। ସେହିପରି ଆଇ.ସି. ଆଇ.ସି.ଆଇ ବ୍ୟାଙ୍କ୍, ନେସ୍ଲେ, ଏସିୟାନ ପେଣ୍ଟ୍ସ ଏବଂ ପାଓ୍ବାର ଗ୍ରୀଡ଼୍ର ସେୟାର ଗୁଡ଼ିକ କ୍ଷତିରେ କାରବାର କରିଛି । ଅନ୍ୟପକ୍ଷେ ଏସିୟା ବଜାରରେ ଦକ୍ଷିଣ କୋରିଆର କୋସ୍ପି, ଜାପାନର ନିକ୍କି, ହଂକଂର ହ୍ୟାଙ୍ଗ୍ସେଙ୍ଗ ଏବଂ ଚୀନର ସଙ୍ଘାଇ କମ୍ପୋଜିଟର ଲାଭରେ ରହିଛନ୍ତି। ତେବେ ଆମେରିକା ବଜାର ପୂର୍ବ କାରବାରରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା।
ସୋମବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୧୫ ପଇସା ହ୍ରାସ ହୋଇ ପ୍ରତି ଡଲାର ପିଛା ୮୨.୭୨ ରେ ପହଞ୍ଚି ଥିଲା। ଆମେରିକା ମୁଦ୍ରାର ମୂଲ୍ୟ ବୃଦ୍ଧି ଏବଂ ଅଶୋଧିତ ତୈଳ ଦର ବଢିବାର ପ୍ରଭାବ ଘରୋଇ ମୁଦ୍ରା ଉପରେ ପଡ଼ୁଛି। ତେବେ ଇଣ୍ଟରବ୍ୟାଙ୍କ ବିଦେଶି ମୁଦ୍ରା ବଜାରରେ ଟଙ୍କା ୮୨.୭୧ରେ କାରବାର ଆରମ୍ଭ ହୋଇଥିଲା। ଏହାପରେ ଏଥିରେ ବୃଦ୍ଧି ପାଇ ଭାରତୀୟ ଟଙ୍କା ପ୍ରତି ଡଲାର ପିଛା ୮୨.୭୭ରେ ପହଞ୍ଚିଥିଲା। ତେବେ ଏହା ପୂର୍ବ କାରବାର ତୁଳନାରେ ୧୫ ପଇସା ହ୍ରାସ ଘଟିଥିଲା ।