ଓଡ଼ିଶା 365 (ବ୍ୟୁରୋ): ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ନେଇ ଯୋଗାଣ ଅଧିକାରୀଙ୍କୁ ଛେଚିବା ସହ ଚଲେଇ ଚଲେଇ ନେଇଛନ୍ତି ମହିଳା ହିତାଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ। ବ୍ଲକର କରଞ୍ଜଆଡିଆ ପଞ୍ଚାୟତର ନିୟୋଜିତ ରିଟେଲରଙ୍କ ମନମାନି ପାଇଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ଲୁଟପାଟ ହୋଇ ଆସୁଛି ବୋଲି ହିତାଧିକାରୀମାନେ ଅଭିଯୋଗ କରି ଆସୁଛନ୍ତି । ଗତ ଫେବୃଆରୀ ଓ ମାର୍ଚ୍ଚ ଦୁଇ ମାସର ସାମଗ୍ରୀ ରିଟେଲର କ୍ଷୀରମଣୀ ସାହୁ ଦେଇ ନଥିବା ହିତାଧିକାରୀ ଅଭିଯୋଗ କରି ଆସୁଥିବା ବେଳେ ପ୍ରସାଶନ କର୍ଣ୍ଣପାତ କରୁନଥିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାପରେ ସ୍ଥାନୀୟ କରଞ୍ଜଆଡିଆର ଶତାଧିକ ହିତାଧିକାରୀ ବ୍ଲକରେ ପହଞ୍ଚି ହୋ ହାଲ୍ଲା କରିଥିଲେ । ହେଲେ ବିଡିଓ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲେ । ଏହାପରେ ଯୋଗାଣ ବିଭାଗ ନିରୀକ୍ଷକ ଅଜୟ ଦାସ ବ୍ଲକରେ ପହଞ୍ଚିବା ପରେ ପରିସ୍ଥିତି ଅଣାୟତ ହୋଇଥିଲା ।
ପ୍ରତିବାଦକାରୀ ମହିଳାମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ କରଞ୍ଜଆଡିଆ ଅଭିମୁଖେ ରିଟେଲରଙ୍କ ପାଖକୁ ନେବା ବେଳେ ବଚଶା ହୋଇଥିଲା । ଏମିତିକି ବିଚ ବଜାରରେ ଅଧିକାରୀଙ୍କୁ ମହିଳାମାନେ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି ।