ଓଡ଼ିଶା ୩୬୫ (ବ୍ୟୁରୋ):ଚନ୍ଦ୍ର ମିଶନରେ ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ସପ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ଇଞ୍ଜିନ୍ ଷ୍ଟାର୍ଟ କରି ଚନ୍ଦ୍ରପୃଷ୍ଠରୁ ଉପରକୁ ଉଠି ପୁଣି ତଳକୁ ଖସି ପାରୁଛି ଲାଣ୍ଡର୍ ବିକ୍ରମ। ଲ୍ୟାଣ୍ଡର ବିକ୍ରମ ନିଜର ଇଞ୍ଜିନ ନିଜେ ଷ୍ଟାର୍ଟ କରି ୪୦ ସେମି. ଉପରକୁ ଉଠିବା ପରେ ସଫ୍ଟ ଅବତରଣ କରିଛି । ବ୍ରିକମ ଉପରକୁ ଉଠିବା ସହ ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ପୁଣି ସୁରକ୍ଷିତ ଅବତରଣ ମଧ୍ୟ କରିଛି । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି ।ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।