ଓଡ଼ିଶା 365 : ଚନ୍ଦ୍ରପୃଷ୍ଠରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡକୁ ଚାଲିଯାଇଛି । ଏନେଇ ଇସ୍ରୋ ଟୁଇଟ କରି ସୂଚନା ଦେଇଛି । ସୂଚନା ଅନୁସାରେ, ବର୍ତ୍ତମାନ ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡରେ ଅଛି । ଆସନ୍ତା ୨୨ ତାରିଖ ବେଳକୁ ବିକ୍ରମ ଲ୍ୟାଣ୍ଡର ପୁଣି ସକ୍ରିୟ ହେବା ଆଶା କରାଯାଉଛି । ଅଗଷ୍ଟ ୨୩ ତାରିଖରେ ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରି ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଥିଲା ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚିବାରେ ଭାରତ ହେଉଛି ପ୍ରଥମ ଦେଶ ।