ଓଡ଼ିଶା ୩୬୫ (ବ୍ୟୁରୋ): ଥରିବ ପାକିସ୍ତାନ ଓ ଚୀନ । ସୀମାରେ ଗର୍ଜିବ ରାଫେଲ ଓ ମିରାଜ। ଗୋଟେ ପଟେ ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ବିଶ୍ବ ନେତାମାନେ ଏକଜୁଟ ହୋଇଥିବାବେଳେ, ସେପଟେ ସୀମାରେ ଶକ୍ତି ଦେଖାଇବ ଭାରତୀୟ ବାୟୁ ସେନା । ଖୁବଶ୍ରୀଘ୍ର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଆଜିଠୁ ଭାରତୀୟ ବାୟୁସେନାର ଆରମ୍ଭ ହୋଇଠି ଯୁଦ୍ଧାଭ୍ୟାସ । ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା। ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ । ଏହା ଏତେ ଦମଦାର ହେବ ଯେ ଲାଗିବ ପ୍ରକୃତରେ ଭାରତ କୌଣସି ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।
ଭାରତର ଉତ୍ତର ସୀମାର ୧୪୦୦ କିଲୋମିଟର ଅନ୍ତର୍ଗତ କାଶ୍ମୀର, ଲଦାଖ, ସିକ୍କିମ , ଅରୁଣାଚଳପ୍ରଦେଶର ପରିସୀମା ମଧ୍ୟରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବ । ଏଥିରେ ଲଢୁଆ ବିମାନ ରାଫେଲ, ମିରାଜ, ସୁଖୋଇ ପରି ଭୟାନକ ଲଢୁଆ ବିମାନ ସହ ଯୁଦ୍ଧର ସମସ୍ତ ରଣକୌଶଳ ପ୍ରଦର୍ଶନ କରାଯିବ ।ଏଥିରେ ବିଶ୍ୱର ୬ଟି ଶକ୍ତିଶାଳୀ ଦେଶ ଭାଗ ନେବେ । ଭାରତୀୟ ବାୟୁସେନାର ଏହି ପରାକ୍ରମ ଦେଖି ଥରହର ହେବ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ।