ଓଡ଼ିଶା 365 : ଅଗଷ୍ଟ ମାସରେ ସ୍ୱଳ୍ପ ବର୍ଷା ଯୋଗୁ ମଧ୍ୟପ୍ରଦେଶରେ ମରୁଡ଼ି ପରସ୍ଥିତି ସୃଷ୍ଟି ହୋଇଛି । ପାଣି ଅଭାବରୁ ଫଲସ ପ୍ରତି ବିପଦ ଦେଖା ଦେଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମହାକାଳେଶ୍ବର ମନ୍ଦିର ଦର୍ଶନ କରିଛନ୍ତି। ନିଜ ନିଜ ଗାଁ ଓ ରାଜ୍ୟରେ ଭଲ ବର୍ଷା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ସେ ମହାକାଳଙ୍କୁ ପ୍ରାର୍ଥନା କରିଥିବ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାର୍ଥନା ଶୁଣାଯାଏ, କାମ ବି ଦିଏ। ନିଷ୍ଠାର ସହିତ ପ୍ରାର୍ଥନା କଲେ ଈଶ୍ବର ଆଶୀର୍ବାଦ କରନ୍ତି । ସେହିପରି ଅନାବୃଷ୍ଟି ଯୋଗୁଁ ରାଜ୍ୟରେ ବିଜୁଳି ଶକ୍ତି ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି । ବର୍ତ୍ତମାନ ରାଜ୍ୟକୁ ସାଧାରଣତଃ ୮,୦୦୦-୯,୦୦୦ ମେଗାୱାଟ୍ ବିଜୁଳି ଶକ୍ତି ଆବଶ୍ୟକ ହୁଏ। କିନ୍ତୁ, ଚାହିଦା ୧୫,୦୦୦ ମେଗାୱାଟ୍କୁ ବୃଦ୍ଧି ପାଇଛି। ଫଳରେ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଣ ହୋଇ ପାରୁନାହିଁ। ସେ ନେଇ ବି ମୁଖ୍ୟମନ୍ତ୍ରୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।