ଓଡ଼ିଶା 365 (ବ୍ୟୁରୋ): ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ । ଯାହାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କର ବକ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ବିକାଶ ମନ୍ତ୍ରୀ ଉଦୟାନିଧି ହିନ୍ଦୁ ଧର୍ମକୁ ବିଲୋପ କରିବା ପାଇଁ ମଂଚରେ କହିଛନ୍ତି ହିନ୍ଦୁ ଧର୍ମ ହେଉଛି ମଶା, ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଯେପରି ଠିକ୍ ସେପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା ବୋଲି କହିଛନ୍ତି ଉଦୟନିଧି।
ଭାରତରେ ହିନ୍ଦୁ ମାନେ ମୁସଲିମ,ହେଉ ଅବା ଖ୍ରୀଷ୍ଟିଆନ, କୌଣସି ଧର୍ମକୁ ବିରୋଧ କରୁନାହାନ୍ତି, ବରଂ ବିରୋଧ ବଦଳରେ ସହଯୋଗର ହାତ ବଢ଼ାଉଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ସମୟରେ ଧର୍ମ ନୁହେଁ ଭାଇଚାରାକୁ ଗୁରୁତ୍ବ ଦେଇଆସୁଛନ୍ତି । ମାତ୍ର ଭୋଟ ବ୍ୟାଙ୍କ ବଞ୍ଚାଇବାକୁ ସନାତନ ଧର୍ମକୁ ନେଇ ଏକ ସଭାରେ ବିବାଦୀୟ ବୟାନ ଦେଇ ଅଡୁଆରେ ଫସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ମନ୍ତ୍ରୀ ଉଦୟନିଧି । ସାରା ଦେଶ ବିବାଦୀୟ ବୟାନ ବାଜିକୁ ବିରୋଧ କରୁଥିବାବେଳେ ଦିଲ୍ଲୀରେ ମଧ୍ୟ ମାମଲା ରୁଜୁ ହୋଇଛି।ରାଜନୈତିକ ଦଳ ସମେତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏହାକୁ ବିରୋଧ କରିଛନ୍ତି ।ଏହା ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ ବୋଲି କହିଛନ୍ତି ଉଦୟନାଥ । ଯାହାକୁ ନେଇ ବିବାଦ ଥମିବାର ନାଁ ଧରୁନି।
ତାଙ୍କର ଏଭଳି ବୟାନକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ତାମିଲ ନାଡ଼ୁରେ ବିରୋଧ ପ୍ରଦର୍ଶନ କରାଯାଇଛି। କେତେକ ରାଜ୍ୟରେ ହିନ୍ଦୁ ଧର୍ମଗୁରୁମାନେ ଏଭଳି ବୟାନ ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଇଣ୍ଡିଆ ମେଣ୍ଟ ନେତାଙ୍କ ଦ୍ବାରା ସନାତନ ଧର୍ମ ବିରୋଧୀ ବୟାନ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହିପରି କି ଏହି ସନାତନୀ ବିବାଦ ଷ୍ଟାଲିନ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଆଗକୁ ନିର୍ବାଚନ ଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଏହିଭଳି ବୟାନ ଦ୍ବାରା ସରକାର ଭାଙ୍ଗିଯାଇପାରେ ବୋଲି ଚର୍ଚ୍ଚା ହେଉଛି।