ଓଡ଼ିଶା 365 : ସେପ୍ଟେମ୍ବର ୯ ଓ୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀରେ ଚୀନ୍ର ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ୍ ସାମିଲ ହେବେ ନାହିଁ। ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ୍ଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍ ଯୋଗଦେବେ । ଏନେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ ଜାରି କରିଛି । ଭାରତ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ‘ରାଷ୍ଟ୍ର ପରିଷଦ୍’ର ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେ। ‘ଜି୨୦’ ଶିଖର ସମ୍ମିଳନୀରେ ଚୀନ୍ର ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ୍ ଯୋଗଦେବେ ବୋଲି ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସୋାମାବାର ଚୀନ୍ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ ଜାରି ସ୍ପଷ୍ଟ କରିଛି ଜିନ୍ପିଙ୍ଗ୍ ସାମିଲ ହେବେ ନାହିଁ । ଜି୨୦’ ଶିଖର ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।