ଓଡ଼ିଶା 365 (ବ୍ୟୁରୋ): ପୁଣିଥରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର । ତିହାର ଜେଲରେ ରହି ଜ୍ୟାକଲିନଙ୍କୁ ବାରମ୍ବାର ମନେପକାଉଛନ୍ତି ସୁକେଶ । ସୁକେଶ ତାଙ୍କ ଚିଠିରେ କହିଛନ୍ତି ଯେ, ସେ ବାଙ୍ଗାଲୋରରେ କୁକୁର, ବିଲେଇ ଏବଂ ଘୋଡା ପାଇଁ ବିଶ୍ୱ ସ୍ତରୀୟ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ପଶୁ ପ୍ରେମଠାରୁ ଆରମ୍ଭ କରି ସିନେମା ପର୍ୟ୍ୟନ୍ତ ସବୁକିଛିକୁ ନେଇ ସୁକେଶ ଚିଠି ଲେଖିଛନ୍ତି। ଏହା ବ୍ୟତୀତ ସବୁଠୁ ବଡ କଥା ହେଲା ସୁକେଶ ଶାହରୁଖଙ୍କ ଗୀତ ‘ଚଲେୟା’କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଡେଡିକେଟ୍ କରିଛନ୍ତି।
ସୁକେଶ ତାଙ୍କ ଚିଠିରେ ପଶୁ ଡାକ୍ତରଖାନା ବିଷୟରେ ଲେଖିଛନ୍ତି ଯେ, “ଏହି ଡାକ୍ତରଖାନା ତୁମକୁ ପଶୁମାନଙ୍କ ପ୍ରତି ତୁମର ପ୍ରେମକୁ ଅନୁଭବ କରିବ ମାଇଁ ବେବି ଡଲ୍। ଏହା ସମଗ୍ର ଏସିଆରେ ଏକମାତ୍ର ହସ୍ପିଟାଲ୍ ହେବ, ଯେମିତି ତୁମେ କଳ୍ପନା କରିଥିଲ। ମୋ ଟିମ୍ ସବୁକିଛି କରୁଛି ଏବଂ ଏହା ୧୧ ଅଗଷ୍ଟ ୨୦୨୪ ରେ କାର୍ୟ୍ୟ ଆରମ୍ଭ କରିବାର ଲକ୍ଷ୍ୟ ରହିଛି।“
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଲେଖିଛନ୍ତି ଦକ୍ଷିଣ ଭାରତ ଏବଂ ୟୁଏଇରେ ଏହି ଡାକ୍ତରଖାନା ନିର୍ମାଣ ପାଇଁ ମୁଁ ଚୁକ୍ତି ଦେଇଛି । କାର୍ୟ୍ୟରେ କୌଣସି ବିଳମ୍ବକୁ ଏଡାଇବା ପାଇଁ ସବୁକିଛି ଆଗୁଆ ପ୍ରଦାନ କରାଯାଇଛି ।ସମସ୍ତ ଉପକରଣ ଜର୍ମାନୀରୁ ଆମଦାନୀ ହେବ ଏବଂ ଏହି ହସ୍ପିଟାଲର ଥିମ୍ ଧଳା ଏବଂ ଗୋଲାପୀ ହେବ । ଏସବୁ କେବଳ ମୁଁ ତମ ପାଇଁ କରୁଛି ମୋ ବେବି ।