ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି କି ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ । ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ । ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ କରିବାକୁ ଚାହୁଁଥିଲେ କରନ୍ତୁ କିଛି ଏମିତି । ଶୋଇବା ଯେପରି ମୁଖ୍ୟଭୂମିକା ଶରୀର ପାଇଁ ସକାଳୁ ସେମିତି ଉଚିତ ସମୟରେ ଉଠିବା ମହତ୍ୱପୂର୍ଣ୍ଣ ଅଟେ । ଆପଣ ଯଦି ପାଞ୍ଚ ଘଣ୍ଟାରୁ କମ୍ ଶୋଉଚନ୍ତି ତାହାଲେ ଆମେ ମାନସିକ ଭାବେ କୌଣସି କାମ ପାଇଁ ପ୍ରସ୍ତୁତ ନଥାଉ । ଯାହାଫଳରେ ଆମେ ଉଠିବାକୁ ଇଛାକରିନଥାଉ । ଏହି ପରିସ୍ଥିତି ୧୦ ଘଣ୍ଟାରୁ ଅଧିକ ଶୋଇଲେ ମଧ୍ୟ ହୋଇଥାଏ । ତେଣୁ ଆପଣ କିପରି ଶୋଉଚନ୍ତି କେତେ ସମୟ ଶୋଉଚନ୍ତି ତା ମହତ୍ୱପୂର୍ଣ୍ଣ ଅଟେ ।
ସବୁଠୁ ଭଲ ପୁରା ଘନ ଅନ୍ଧାର ରେ ଶୋଇବା ଓ ସୂର୍ଯ୍ୟଙ୍କ କିରଣ ସିଧା ପଡୁଥିବା ବେଳେ ଉଠିବା ଲାଭଦାୟକ ହୋଇଥାଏ । ଏହି କିରଣ ଯେବେ ଶରୀର ଉପରେ ପଡେ ତାହା ସିଧା ଆମ ମତିଷ୍କ ଖୁବଭଲ ରେସପନ୍ସ କରେ । ଯଦି ଘରକୁ ସିଧା ସୂର୍ଯ୍ୟଙ୍କ କିରଣ ଆସୁନି ତାହାଲେ ବଜାରରୁ ଏମିତି ଆଲାର୍ମ କିଣନ୍ତୁ ଯେଉଁଥିରୁ ଆଲାର୍ମ ବେଳେ ଲାଇଟ ବାହାରୁଥିବ । ତା ମଧ୍ୟ ବେଶ ପ୍ରଭାବକାରୀ । ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ ନୂଆନୂଆ କୋଶିକା ଗଠନ ହୋଇଥାଏ । ସମସ୍ତ ଶରୀରକୁ ପ୍ରଭାବିତ କରୁଥିବାଭଳି ବ୍ୟାୟାମ କରିବା ଉଚିତ । ଯାହାଦ୍ୱାରା ମସ୍ତିଷ୍କକୁ ମଧ୍ୟ ଶକ୍ତି ଯୋଗାଇଥାଏ । ବ୍ୟାୟାମ କରୁଥିବା ସମୟରେ ଶୁଦ୍ଧ ଅମ୍ଳଜାନ ନେବା ସହ ଖୋଲାସ୍ଥାନରେ ଭିଟାମିନ ଡି ମଧ୍ୟ ଶରୀରକୁ ମିଳେ । ଏହା ଆମ ମନେରଖିବା ଶକ୍ତିକୁ ଅଧିକ ଜାଗ୍ରତ କରାଏ ।