ଓଡ଼ିଶା 365 (ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ରାବଣର ବଂଶଧର ବୋଲି କହିଲେ ବାଗେଶ୍ୱର ଧାମର ପିଠାଧିଶ ଧିରେନ୍ଦ୍ର ସାସ୍ତ୍ରୀ । ଧିରେନ୍ଦ୍ର ସାସ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ରାବଣର ବଂଶଧର ବୋଲି କହି କଡ଼ା ସମାଲୋଚନା କରିଛନ୍ତି । ଉଦୟନିଧି ଷ୍ଟାଲିନଙ୍କୁ ହିନ୍ଦୁ ଧର୍ମକୁ ଅପମାନ ପହଂଚାଇବା ସହ ଭାରତରେ ବସବାସ କରୁଥିବା ହିନ୍ଦୁଙ୍କୁ ଭାବନାକୁ ଆଘାତ ଦେଇଛନ୍ତି । ଏହା ରାମଙ୍କର ଦେଶ ଅଟେ । ରାମଙ୍କ ଦେଶରେ ସନାତନ ରହିବ । ଯେ ପର୍ଯ୍ୟନ୍ତ ଜଳ ଓ ସୂର୍ଯ୍ୟ ଅଛି ସେ ପର୍ଯ୍ୟନ୍ତ ସନାତନ ଧର୍ମ ରହିବ ବୋଲି କହିଛନ୍ତି ଧିରେନ୍ଦ୍ର ସାସ୍ତ୍ରୀ । ଉଦୟନିଧି ଷ୍ଟାଲିନ ହିନ୍ଦୁ ଧର୍ମକୁ ମ୍ୟାଲେରିଆ ରୋଗ ସହ ତୁଳନା କରିଥିଲେ । ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ସାରା ଦେଶରେ ହିନ୍ଦୁ ବିରୋଧୀ ବୟାନକୁ ନେଇ ବିରୋଧ କରାଯାଉଛି ।