ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ଏବଂ ୧୦ ତାରିଖରେ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀରେ ମହିଳା କମାଣ୍ଡୋ ମାନେ ମଧ୍ୟ ନିୟୋଜିତ ହେବେ । ଏହି ମହିଳା କମାଣ୍ଡୋ ମାନେ ବିଦେଶରୁ ଆସୁଥିବା ଅତିଥୀଙ୍କୁ ସୁରକ୍ଷା ପ୍ରଦାନ କରିବେ । ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି। ବିଦେଶୀ ଅତିଥୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଯୋଗାଇବା ପାଇଁ ସରକାର ପାଇଁ ବୁଲେଟ ପ୍ରୁଫ କାର୍ ମଧ୍ୟ ବ୍ୟବସ୍ଥା କରାଯାଇଛି । ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ୧୫୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ବିମାନବନ୍ଦରରେ ଦଶ ହଜାର ସିସିଟିଭି ଲଗାଯାଇଛି । ଚାରିଆଡେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ସମ୍ମିଳନୀକୁ ସ୍ବତନ୍ତ୍ର କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଶିଖର ସମ୍ମିଳନୀ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବ। ସେଥିପାଇଁ ସରକାର ତିନି ଦିନ ପାଇଁ ଦିଲ୍ଲୀରେ ଛୁଟି ଘୋଷଣା କରିଛନ୍ତି।