ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସନ୍ନି ଦେଓଲ-ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ । ଏହାକୁ ଲୋକମାନେ ଏତେ ମାତ୍ରାରେ ଭଲପାଇବା ଦେଇଛନ୍ତି ଯେ, ବକ୍ସ ଅଫିସରେ ୪୭୪ କୋଟି କଲେକ୍ସନ୍ କରିସାରିଲାଣି । ବର୍ତ୍ତମାନ ଏହାକୁ ଓସ୍କାର ପଠାଇବାକୁ ଫିଲ୍ମମେକର୍ ଯୋଜନା କରୁଛନ୍ତି । ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି ଯେ, ‘ଗଦର-୨’ ଟିମ୍ ‘ଗଦର-୨’କୁ ଓସ୍କାର ପଠାଇବାକୁ ଯୋଜନା କରୁଛନ୍ତି । ଖବର ମୁତାବକ, ପ୍ରଥମ ଫିଲ୍ମ ‘ଗଦର’ ଓସ୍କାରକୁ ଯାଇନଥିଲା । ତେବେ ସିକ୍ୱେଲ କେମିତି ଯିବ, ସେ କଥା କହିପାରୁ ନାହାନ୍ତି । ତଥାପି କାମ ଜୋରସୋରରେ ଚାଲିଛି । ‘ଗଦର-୨’ ଓସ୍କାରକୁ ଯିବା ଉଚିତ୍ ବୋଲି ସେ ଭାବୁଛନ୍ତି । ‘ଗଦର’ ମଧ୍ୟ ଓସ୍କାର ଯିବାକୁ ଯୋଗ୍ୟ ଥିଲା । ତାହା ନୂଆ ଓ ମୂଳ କାହାଣୀ ଥିଲା । ବିଶ୍ଵସ୍ତରରେ ‘ଗଦର-୨’ ୭୪୫ କୋଟି ଆୟ କରିଛି ।
ସେପଟେ ଏହି ଚଳଚ୍ଚିତ୍ର ସନ୍ନିଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ହୋଇପାରିଛି । ‘ଗଦର-୨’ର ଏତେ ବଡ଼ ସଫଳତା ପରେ ସନ୍ନି ଦେଓଲଙ୍କ ସଫଳତାର ପାର୍ଟୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ସଲମାନଙ୍କ ଠାରୁ ଆରମ୍ଭ କରି ଅମୀର ଖାନ୍ ଏବଂ ଶାହରୁଖ ଖାନ୍ , ସଞ୍ଜୟ ଦତ୍ତଙ୍କ ଭଳି ଅନେକ ତାରକା ଯୋଗ ଦେଇଥିଲେ । ଏହାସହ ବଲିଉଡର ଷ୍ଟାଇଲିସ୍ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ କାଜୋଲ-ଅଜୟ ଦେବଗନ୍ , ଶିଳ୍ପା ଶେଟ୍ଟୀ, କ୍ରିତି ସାନନ,ଉତ୍କର୍ଷ ଶର୍ମା, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନିଲ ଶର୍ମା, ଅମିଶା ପଟେଲ, ସୁନିଲ ଶେଟ୍ଟୀ, ସଞ୍ଜୟ ଦତ୍ତ, ଅନୀଲ କପୁର ଏବଂ ବିକି କୌଶଲ, ଅନୁପମ୍ ଖେର, ଅଭିଷେକ ବଚ୍ଚନଙ୍କ ଭଳି ବଡ଼ ବଡ଼ ତାରକା ସନ୍ନିଙ୍କ ‘ଗଦର ୨’ ର ସଫଳ ପାର୍ଟିରେ ଯୋଗ ଦେଇଥିଲେ। ।