ଓଡ଼ିଶା 365 (ବ୍ୟୁରୋ): ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲରେ ନିଆଁ। ଏସି ସର୍ଟସର୍କିଟ ଯୋଗୁଁ କେମୋ ୱାର୍ଡରେ ନିଆଁ ଲାଗିଥିବା ଜଣାପଡ଼ିଛି। ପ୍ରବଳ ପୋଡ଼ାଗନ୍ଧ ହେବାରୁ ମେଡିସିନ ୱାର୍ଡରେ ଚିକିତ୍ସିତ ଗୋଗୀମାନେ ଭୟଭୀତ ହୋଇ ହସ୍ପିଟାଲ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ସୂଚନା ମୁତାବକ, ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ପୋଡା ଗନ୍ଧ ହେବାରୁ ରୋଗୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।