ଓଡ଼ିଶା 365 (ବ୍ୟୁରୋ): କାଲି ବାଲୁକା ପୂଜା ପାଇଁ ଯାଇ ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ । ଗତକାଲି ପାରାଦୀପ ଅଠରବାଙ୍କି ନଦୀକୁ ବାଲୁକା ପୂଜା କରିବା ପାଇଁ ଯାଇ ଭାସିଯାଇ ନିଖୋଜ ହୋଇଯାଇଥିଲେ ଜଣେ ନାବାଳିକା । ବହୁ ଖୋଜାଖୋଜି ସତ୍ତ୍ୱେ ବି ତାଙ୍କର ମିଳିନଥିଲା ପତ୍ତା। ତେବେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବାଲିପ୍ଲଟ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ପାରାଦୀପ ସବ୍ଷ୍ଟେସନ ବୃନ୍ଦାବନ କଲୋନୀର ବାସିନ୍ଦା ଆରତି ମଲିକ ବୋଲି ଜଣାପଡିଛି । ଆରତି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ସୂଚନା ଅନୁସାରେ, ଗତକାଲି ଥିଲା ଖୁଦୁରୁକୁଣୀ ଓଷା। ତେବେ ଆରତି଼ କାଲି କରିଥିଲେ ଖୁଦୁରୁକୁଣୀ ଓଷା । ଏଥିପାଇଁ ସକାଳୁ ନିଜର ବଡ଼ମା’ ଓ ସାଙ୍ଗମାନଙ୍କ ସହ ଅଠରବାଙ୍କୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ଆରତି ବୁଡ଼ିଯାଇଥିଲେ। ବଡ଼ ମା’ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ। କିନ୍ତୁ ସେ ବି ବୁଡ଼ି ଯାଇଥିଲେ। ହେଲେ ସେଠାରେ ଥିବା ଜଣେ ପିଲା ତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ କିନ୍ତୁ ଆରତିଙ୍କର କୌଣସି ପତ୍ତା ମିଳିନଥିଲା। ଗତକାଲି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଆରତିଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଲେ ଆରତି । ଆଜି ସକାଙ୍ଳୁକ ମିଳିନଥିଲା ପତ୍ତା । ଆଜି ବାଲିପ୍ଲଟ ନିକଟରୁ ମିଳିଛି ତାଙ୍କ ମୃତଦେହ।