ଓଡ଼ିଶା 365 (ବ୍ୟୁରୋ) : ଆମେ ସମସ୍ତେ ଚାହିଁଥାଉ ସୁସ୍ଥ ଶରୀରର ଗଠନ । ଆଉ ସୁସ୍ଥ ଶରୀର ପାଇଁ ଆମକୁ ଖାଇବାକୁ ପଡିଥାଏ ସୁସ୍ଥ ପରିବା । ଖାଲି ସେତିକି ନୁହେଁ ବଂର ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ ରକ୍ତ ସଞ୍ଚାଳନ ଠିକ୍ ରହିବା । ନିୟମିତ ଚଲାବୁଲା କରିବା ସହ ଏ ସବୁ ଖାଦ୍ୟ ଖାଇବା ଅଭ୍ୟାସ କଲେ ଆପଣଙ୍କ ରକ୍ତ ସଞ୍ଚାଳନ ଠିକ୍ ରହିବା ସହ ହୃଦ୍ପିଣ୍ଡ ରୋଗରୁ ମୁକ୍ତି ପାଇ ପାରିବେ। ଏଥିରୁ ପେଟ ଜନିତ ରୋଗ, କେଶ ଝଡ଼ିବା ସମସ୍ୟା, ଅବସାଦ ଆଦିରୁ ମଧ୍ୟ ମୁକ୍ତି ମିଳିପାରେ ଓ ଶରୀରକୁ ଆହୁରି ଅନେକ ପ୍ରକାର ଫାଇଦା ମିଳିଥାଏ । ପ୍ରତିଦିନ ୨-୩ କି. ମି. ପର୍ଯ୍ୟନ୍ତ ମର୍ଣ୍ଣିଂ ଓ୍ଵାକ୍ ସକାଳବୁଲା ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ସହିତ ହୃଦ୍ରୋଗ ହେବାର ସମ୍ଭାବନା କମିଯାଏ ।
ଦିନକୁ ଅନ୍ତତଃ ଥରେ ଦହି ଖାଆନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଗ୍ଲାସେ କ୍ଷୀର ମଧ୍ୟ ପିଇବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଦ୍ୱାରା ଶରୀରକୁ ଠିକ୍ ପରିମାଣରେ କ୍ୟାଲ୍ସିୟମ ମିଳିଥାଏ ଓ ହାଡ ଟାଣ ହୋଇଥାଏ । ପ୍ରତିଦିନ ସକାଳୁ ତମ୍ବା ବାସନରେ ପାଣି ପିଇଲେ ଧୀରେ ଧୀରେ ପେଟଜନିତ ପ୍ରାୟ ସମସ୍ତ ରୋଗ ଦୂର ହୋଇଯିବ। ସପ୍ତାହରେ ଦୁଇଥର ଗଜା ମୁଗ ଓ ସୋଲା ଖାଇାବ ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣରେ ପୁଷ୍ଟିସାର ମିଳିଥାଏ। କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ ଖାଆନ୍ତୁ: ପ୍ରତିଦିନ କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ ଖାଇଲେ ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ପ୍ରଚୁର ମାତ୍ରାରେ ଶରୀରକୁ ମିଳିଥାଏ । ପ୍ରତିଦିନ ଠିକ୍ ପରିମାଣର ସବୁଜ ପନିପରିବା ଖାଇଲେ ଶରୀରକୁ ଆଇରନ୍, ଭିଟାମିନ୍ସ ଓ ମିନେରାଲ୍ ମିଳିବା ସହ ହଜମ କ୍ରିୟା ମଧ୍ୟ ଠିକ୍ ରହିଥାଏ । ଆଲ୍କହଲ୍ ଓ ସିଗାରେଟ୍ ପିଇବା ଅଭ୍ୟାସ ଛାଡ଼ି ଦିନକୁ ୨-୩ ଥର ଗ୍ରିନ୍ ଟି ପିଅନ୍ତୁ। ଗ୍ରିନ୍ ଟି ପିଇବା ଦ୍ୱାରା ମସ୍ତିଷ୍କ ଓ ହୃତ୍ପିଣ୍ଡ ସୁସ୍ଥ ରହେ ଓ ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ୍ ମିଳିଥାଏ।