ଓଡ଼ିଶା 365 (ବ୍ୟୁରୋ) : ସତ ହେଉଛି କି ମାଳିକା ବଚନ ? ମାଳିକାରେ ଲେଖା ଅଛି ବଉଳା କୁମ୍ଭୀର ସବୁ ଏକାଠି ହେବେ । ଆଉ ସାରା ଓଡିଶାରେ ଆତଙ୍କ ଖେଲାଇବେ । ଚିନ୍ତାକଲେ ଦେଖିବେ ମାଲିକରେ ଲେଖା ହୋଇଥିବା ଏହିସବୁ କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଲୋକେ ଆତଙ୍କିତ । ସତ ହେଉଛି ବାବା ଅଚ୍ୟୁତା ନନ୍ଦଙ୍କ ଭବିଷ୍ୟ ବାଣି । ବର୍ତମାନ ମାଳିକାରେ କହୁଥିବା ଏବଂ ମାଳିକାରେ ବର୍ଣ୍ଣନା ହୋଇଥିବା ସେଇ କୁମ୍ଭୀର ସବୁ ଦେଖାଯାଉଛନ୍ତି । ଗୋଟେ ପରେ ଗୋଟେ ମଣିଷଙ୍କୁ ଝାମ୍ପୁଛି ଆଉ କଲବଲ କରି ମାରୁଛି । ବୋଧୂଅ ଆସିଗଲା କଳିଯୁଗର ଶେଷ ସମୟ । ମାଳିକାରେ ବର୍ଣ୍ଣନା କରାଯାଇଥିବା କୁମ୍ଭୀର କାଳେ ଏବେ ଚାରି ଆଡେ ଘୁରି ବୁଲୁଛି ।
ଗୋଟେ ମଣିଷଙ୍କୁ ମାରି ଖାଇବା ପରେ ଆହୁରି ଅନେକ ମଣିଷ ଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଛି । ଏହି ମଣିଷ ମରା କୁମ୍ଭୀର । କାହିଁକି ନା ମଣିଷ ମାଂସ ଯିଏ ଖାଇଛି .. ଆଉ କଉ ଜୀବର ମାଂସ ଖାଇବାକୁ ଭଲ ଲାଗିବନି । ଏବେ ପୁଣି ଗୋଟେ ମଣିଷ କୁ ମାରି ଖାଇବା ପାଇଁ କୋଜୁଛି ଏହି ନୃଶଂସ କୁମ୍ଭୀର । ଏକ ମାସ ଭିତରେ ୩ଜଣଙ୍କ ଜୀବନ ନେଲାଣି ଏହି ମଣିଷଖିଆ କୁମ୍ଭୀର । ବାରମ୍ବାର ଏବେ କୁମ୍ଭୀର ମଣିଷ ମାନଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି ।
ଏବେ କୁମ୍ଭୀରକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଲୋକ ମାନେ ଏବେ ଭୟଭୀତ ହୋଇପଡିଛନ୍ତି । ଖାଲି ସେତିକି ନୁହେଁ କେତେ ବେଳେ କୁମ୍ବୀର ନଇକୂଳରେ ଗୋରୁ ଗାଇ ମନାଙ୍କୁ ଦେଖା ଦଉଛି ତ କେତେ ବେଳେ ନଦୀ କୂଳରେ ମଣିଷ ମାନଙ୍କୁ ଦେଖା ଦେଉଛି । ତେବେ ମାଳିକାର କଥା ଏବେ ଧୀରେ ଧୀରେ ସତ ହେଉଛି । ମାଳିକାରେ ଲେଖା ଅଛି ବଉଳା ସବୁ ଏକାଠି ହେବେ ଏବଂ ସବୁ ଆଡେ ଆତଙ୍କ ଖେଳାଇବେ । ତେବେ ସତକୁ ସତ କୁମ୍ଭୀର ଏବେ ରାଜ୍ୟର କିଛି ଜିଲ୍ଲାରେ ରାଜ କରୁଛି ।