ଓଡ଼ିଶା 365 (ବ୍ୟୁରୋ) :ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଦେଇଥିବା ହିନ୍ଦୁ ବିରୋଧି ବୟାନ ମହଙ୍ଗା ପଡ଼ିଛି । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ ଉଦୟନିଧି ଷ୍ଟାଲିନ । ଯାହା ତାଙ୍କ ସମସ୍ୟା ବଢ଼ାଇ ଦେଇଛି । ବିଭିନ୍ନ ସଙ୍ଗଠନ ଉଦୟନିଧି ବିରୁଧରେ ଥାନାରେ ଏଫଆଇଆର ଦେଇଛନ୍ତି । ରାମ ଜନ୍ମଭୂମି ଟ୍ରଷ୍ଟର ପ୍ରମୁଖ ପୂଝାରି ଆଚାର୍ଯ୍ୟ ଉଦୟନିଧିଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି, ସନାତନ ଧର୍ମ ବହୁ ପୂରୁଣା । ଏହି ଧର୍ମକୁ କ୍ଷତି ପହଂଚାଇବା ପାଇଁ ଅନେକ ଲୋକ ପ୍ରୟାସ କରିଛନ୍ତି । କିନ୍ତୁ କେହି କିଛି କରି ପାରିନାହାନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦୟନିଧିଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଉଦୟନିଧି ଷ୍ଟାଲିନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ହିନ୍ଦୁ ଧର୍ମ ଅମର ଅଟେ । ରାଜନୈତିକ ବୟାନବାଜିରୁ କିଛି ବିଗାଡି ପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।