ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ନବୀନ ସରକାର ସମସ୍ଥଙ୍କ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଗୋଗାଇଦେଉଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ବାସ୍ତବତା କିନ୍ତୁ ଏହାର ଓଲଟା। କେଉଁଠି ଡାକ୍ତରଖାନାରେ ରୋଗୀ ଉପରେ ପ୍ୟାନ ଖସିପଡ଼ୁଛି ତ କେଉଁଠି ରୋଗୀଙ୍କ ଉପରେ ଡାକ୍ତଖାନାର ଛାତରୁ ପ୍ଲାଷ୍ଟର ଗଳିପଡ଼ିଲାଣି। ତ ପୁଣି କେଉଁଠି ରୋଗୀ ପାଖରେ ଆମ୍ବୁଲାନ୍ସ ପହଁଚିପାରୁନି ତ କେଉଁଠି ମେଡ଼ିକାଲରେ ଷ୍ଟାଫ ନଥିବାରୁ ସିକ୍ୟୁରିଟି ରୋଗୀଙ୍କୁ ଇଞ୍ଜେକ୍ସନ ଦେଲାଣି। ଜନନୀ ଯନ୍ତ୍ରଣା କଥା ତ ଆହୁରି ଉଗ୍ର ହେଲାଣି।। ଏହି ପ୍ରମରେ ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କରିଛନ୍ତି ଜଣେ ମହିଳା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ ।
ନୀଳଗିରି ବ୍ଲକ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ପତ୍ନୀ ଦଶ ମାସର ଗର୍ଭବତୀ ଥିଲେ । ଗତକାଲି ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଘଣ୍ଟେ ବିଳମ୍ବ ହେବାରୁ ଗାଁ ଲୋକ ତାଙ୍କୁ ଏକ ଟ୍ରଲିରେ ମେଡିକାଲକୁ ଆଣୁଥିଲେ । ହେଲେ ଅଧା ରାସ୍ତାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । ପରେ ମାଆ ଏବଂ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।