ଓଡ଼ିଶା 365 (ବ୍ୟୁରୋ): ଉଡାଣର ୨୫ ମିନିଟ ପରେ ମଝି ଆକାଶରେ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଭୁବନେଶ୍ୱର ବିମାନ ବନ୍ଦରରେ କରିଛି ଏହାର ଜରୁରୀ ଅବତରଣ।
ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଜାଣିପାରିଥିଲେ କ୍ୟାପଟେନ । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସୂଚନା ଦେଇଥିଲେ । ଏହା ଶୁଣିବା ପରେ ବିମାନରେ ଥିବା ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଆଜି ଇଣ୍ଡିଗୋ ବିମାନ ୬ଇ-୨୦୬୫ ଭୁବନେଶ୍ୱରରୁ ୧୮୦ ଜଣ ଯାତ୍ରୀ ଓ କ୍ର୍ୟୁ ମେମ୍ବରଙ୍କୁ ନେଇ ନେଇ ଦିଲ୍ଲୀ ଯାଉଥିଲା । ଆକାଶରୁ ପୁଣି ଭୁବନେଶ୍ୱରକୁ ଫେରିଥିଲା ଇଣ୍ଡିଗୋ ବିମାନ । ସମସ୍ତ ଯାତ୍ରୀଙ୍କୁ ନେଇ ବିମାନଟି ସୁରକ୍ଷିତ ଭାବେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି । ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।