ଓଡ଼ିଶା 365 (ବ୍ୟୁରୋ): ଆଜିଠୁ ଯୁକ୍ତ ୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୧୩ ତାରିଖ ଯାଏଁ ଚାଲିବ । ଆସନ୍ତା ୨୨ରେ ବାହାରିବ ମେଧା ତାଲିକା। ଫଳରେ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ଆଡମିଶନ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ କରାଯିବ । ତେବେ ଯୁକ୍ତ ୩ର ପ୍ରଥମ ପର୍ଯ୍ୟପରେ ୧ ଲକ୍ଷ ୧୧ ହଜାର ୧୦୮ ଟି ସିଟ୍ ଖାଲିଥିବାରୁ ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ୩ରେ ଲକ୍ଷାଧିକ ଆସନ ଖାଲିପଡ଼ିବା ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲା ଉଚ୍ଚଶିକ୍ଷା ବିଭାଗ ।
ସାମ୍ସ ୱେବ୍ସାଇଟ୍ରେ ୪ ତାରିଖ ମଧ୍ୟାହ୍ନ ୧୨ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୪ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୩ରେ ସରିବ । ୨୨ ତାରିଖ ମଧ୍ୟାହ୍ନରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୩ ତାରିଖ ସକାଳ ୯ଟାରୁ ୨୬ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ବଳକା ଥିବା ସିଟ୍ରେ ନାମଲେଖା ପାଇଁ ଅକ୍ଟୋବର ୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୬ ତାରିଖ ଦିନ ନାମ ଲେଖାଇବେ।