ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ତାରିଖରେ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଶିଖର ସମ୍ମିଳନୀ ସମୟରେ ଦିଲ୍ଲୀରେ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ । କେନ୍ଦ୍ର ଦ୍ୱାରା ପରିଚାଳିତ କାର୍ଯ୍ୟାଳୟଗୁଡ଼ିକୁ ୮ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି । ସେହିପରି କନ୍ନଟ ପ୍ଲେସ, ଖାନ ମାର୍କେଟ, ଶଙ୍କର ବଜାର, ଜନପଥ, ମୋହନ ସିଂ ପ୍ଲେସ ଏବଂ ପାଲିକା ବଜାରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଂଚଳରେ ସମସ୍ତ ପ୍ରକାର ଦୋକାନ ବଜାର ଏବଂ ରେଷ୍ଟୁରାଣ୍ଟ ଏଠାରେ ବନ୍ଦ ରଖିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନଗୁଡିକରେ ଆଡମିଶନ ବନ୍ଦ ରଖିବାକୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ତେବେ ଡାକ୍ତରଖାନା, ମେଡିକାଲ ଷ୍ଟୋର୍ ଏବଂ ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ ଖୋଲ ରବିବ ବୋଲି ଜଣାପଡ଼ିଛି ।