ଓଡ଼ିଶା 365 (ବ୍ୟୁରୋ: କ୍ରିକେଟକୁ ଲୋକମାନେ ଯେତିକି ପସନ୍ଦ କରନ୍ତି ତା ଠାରୁ ଅଧିକ କ୍ରିକେଟର ଷ୍ଟାର ମାନଙ୍କ ଲାଇଫ୍ ଷ୍ଟାଇଲ୍ ବିଷୟରେ ଜାଣିବା ପାଇଁ ମନ ବଳାଇଥାନ୍ତି । ଦର୍ଶକ ମାନଙ୍କ ଏପରି ଆଗ୍ରହକୁ ଦେଖି ବଲିଉଡରେ ଚଚ୍ଚିତ କ୍ରିକେଟର ମାନଙ୍କ ବାୟୋପିକକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥାଏ । ଯେମିତି ‘ଏମ୍ ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ କରି ‘ଭାଗ୍ ମିଲ୍ଖା ଭାଗ୍’ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିଲା । ଏହା ମଧ୍ୟ ଅନେକ ସଫଳତା ଭାରତୀୟ କ୍ରିକେଟ ଟିମ୍ର ସବୁଠାରୁ ଲୋକପ୍ରିୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଖବର ମୁତାବକ, ବାୟୋପିକ୍ରେ ଅଭିନେତା ଆୟୁଷ୍ମାନ ଖୁରାନା ଲିଡ ରୋଲରେ ନଜର ଆସିବେ। ଆସନ୍ତା ମାସରୁ ଏହି ଫିଲ୍ମ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିବେ ଆୟୁଷ୍ମାନ ।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ପ୍ରଥମ ଥର ପାଇଁ ସୌରଭ ଗାଙ୍ଗୁଲି ତାଙ୍କର ବାୟୋପିକ୍ ଫିଲ୍ମ ଘୋଷଣା କରିଥିଲେ । ଏହା ପରେ ଫିଲ୍ମ ବିଷୟରେ ଅନେକ ଅପଡେଟ୍ ସାମ୍ନାକୁ ଆସିଥିଲା। ପୂର୍ବରୁ ରଣବୀର କପୁର, କାର୍ତ୍ତିକ ଆର୍ୟ୍ୟନ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ବର୍ତ୍ତମାନ ନିର୍ମାତାମାନେ ଆୟୁଷ୍ମାନ ଖୁରାନାଙ୍କ ନାମକୁ ଅନୁମୋଦନ କରିଛନ୍ତି। ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ୟ୍ୟା ରଜନୀକାନ୍ତ ଏହି ବାୟୋପିକ୍ ନିର୍ଦ୍ଦେଶନା ଦେବେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ହିନ୍ଦୀ ନିର୍ଦ୍ଦେଶକ ଚଳଚ୍ଚିତ୍ର ହେବ । ଏହି ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।
ସେପଟେ ଗାଙ୍ଗୁଲି ତାଙ୍କ ଚଳଚ୍ଚିତ୍ର ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି ଏହାସହ ସେ ବ୍ୟକ୍ତିଗତ ଭାବେ ଆୟୁଷ୍ମାନଙ୍କୁ ମଧ୍ୟ ଭେଟିଥିଲେ। ଉଭୟ ଆୟୁଷ୍ମାନ ଏବଂ ସୌରଭ ବାମ ହାତରେ ବ୍ୟାଟିଂ କରନ୍ତି । ତେଣୁ ଶୁଣିବାକୁ ମିଳୁଛି ଯେ, ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ କାଷ୍ଟିଂ କରିବାର ଗୋଟିଏ କାରଣ ହେଉଛି ତାଙ୍କ ବାମ ହାତ ।