ଓଡ଼ିଶା 365 (ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଜାରି ରହିଛି । ଏହି ସମ୍ମିଳନୀରେ ବହୁ ବିଦେଶୀ ଅତିଥି ଅଂଶଗ୍ରହଣ କରିବେ। । ସେଥିମଧ୍ୟରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ,ବ୍ରିଟେନ ରାଷ୍ଟ୍ରପତି ଋଷି ସୁନାକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ବିଭିନ୍ନ ଦେଶର ମୁଖ୍ୟମାନେ ଦିଲ୍ଲୀରେ ପହଞ୍ଚିବାକୁ ଯାଉଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ୧୫୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ବିମାନବନ୍ଦରରେ ଦଶ ହଜାର ସିସିଟିଭି ଲଗାଯାଇଛି । ଚାରିଆଡେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପ୍ଟେମ୍ବର ୭ରୁ ୧୦ରୁ ଅନେକ ଟ୍ରାଫିକ ନିୟମ ପରିବର୍ତ୍ତନ କାରାଯାଇଛି । ବିଶେଷକରି ବିମାନବନ୍ଦର ଯିବା ପାଇଁ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।