ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ୭୫ ବର୍ଷ ବୟସରେ ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶାରୀରିକ ଅସୁସ୍ଥତା କାରଣରୁ କିଛି ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଓଡ଼ିଶା ରାଜନୀତିର ଏହି ଭେଟେରାନ୍ ନେତା ଲଗାତାର ୭ ଥରର ବିଧାୟକ ରହିଥିଲେ ।
୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଇ ବିଧାୟକ ହେଇଥିଲେ । ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେବେ ରାଜ୍ୟ ସରକାରରେ ସେ ବିଭିନ୍ନ ପଦବୀରେ ମନ୍ତ୍ରୀ ରହିଥିଲେ ।