ଓଡ଼ିଶା 365 (ବ୍ୟୁରୋ) : ଲିଭ-ଇନ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ଭାରତରେ ବିବାହ ପ୍ରତିଷ୍ଠାନକୁ ନଷ୍ଟ କରିବା ପାଇଁ ଏକ ବ୍ୟବସ୍ଥିତ ଡିଜାଇନ କାର୍ଯ୍ୟ କରୁଛି। ଜଣେ ଲିଭ-ଇନ ପାର୍ଟନରଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ଏହି ମନ୍ତବ୍ୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଭାରତରେ ମଧ୍ୟବିତ୍ତ ଶ୍ରେଣୀର ନୈତିକତାକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ଦେଶରେ ବିବାହର ସଂସ୍ଥା ପୁରୁଣା ହେବା ପରେ ହିଁ ଲାଇଭ-ଇନ-ସମ୍ପର୍କକୁ ସାଧାରଣ ଭାବେ ବିବେଚନା କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ସେହିପରି ଅବିଶ୍ୱାସନୀୟତା ଏବଂ ମୁକ୍ତ ଲିଭ-ଇନ ସମ୍ପର୍କ ଏକ ପ୍ରଗତିଶୀଳ ସମାଜର ସଙ୍କେତ ଭାବରେ ଦର୍ଶାଯାଉଛି। ଦୀର୍ଘ ଦିନର ପରିଣାମ ବିଷୟରେ ଜାଣି ନ ଥିବା ଯୁବବର୍ଗମାନେ ଏହିପରି ଉନ୍ନତ ଦର୍ଶନ ପ୍ରତି ଆକର୍ଷିତ ହେଉଛନ୍ତି ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ।