ଓଡ଼ିଶା 365 (ବ୍ୟୁରୋ) : ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଦର ଉପରେ ଲଗାଯାଇଥିବା ଟିକସକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି । ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲାଗୁ ହୋଉଥିବା ସ୍ବତନ୍ତ୍ର ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଟିକସକୁ ଟନ ପିଛା ୬,୭୦୦ ଟଙ୍କାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ଟିକସ ପୂର୍ବରୁ ଟନ ପିଛା ୭୧୦୦ଟଙ୍କା ଥିଲା। ସେହିପରି ଡିଜେଲ ଓ ଏଟିଏଫ (ବିମାନ ଇନ୍ଧନ) ରପ୍ତାନି ଉପରେ ଥିବା ଟିକସକୁ ବୃଦ୍ଧି କରିଛନ୍ତି। ଡିଜେଲ ରପ୍ତାନି ଉପରେ ଏକ୍ସାଇଜ ଡ୍ୟୁଟି ବଢାଯାଇ ଲିଟର ପିଛା ୬ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ପୂର୍ବରୁ ଲିଟର ପିଛା ୫.୫୦ ଟଙ୍କା ଥିଲା। ସେପ୍ଟେମ୍ବର ୨ରେ ଜାରି ବିଜ୍ଞପ୍ତି ଅନୁଯାୟୀ ନୂତନ ଟିକସ ହାର ଶନିବାର ଠାରୁ ଲାଗୁ ହୋଇଛି।