ଓଡ଼ିଶା 365 (ବ୍ୟୁରୋ) : ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ସବୁଜ ପନିପରିବା ଖାଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ ନାହିଁ, ବରଂ ଅନେକ ଗମ୍ଭୀର ରୋଗର ମୁକାବିଲା ପାଇଁ ମଧ୍ୟ ସାହାଯ୍ୟ ହୋଇଥାଏ । ଭାରତର ଲୋକମାନେ ବିଭିନ୍ନ ପନିପରିବା ଖାଆନ୍ତି । ପ୍ରତ୍ୟେକ ପନିପରିବାର ନିଜସ୍ୱ ଗୁଣ ଅଛି । ସବୁଜ ପନିପରିବା ମଧ୍ୟରେ କଲରା ମଧ୍ୟ ରହିଛି । ଯାହା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । କଲରା ଶରୀରରୁ ମଇଳା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ କାହିଁକି ପ୍ରତିଦିନ କଲରା ଖାଇବା ଉଚିତ୍ ଏବଂ ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତୁମଧୁମେହ କିମ୍ବା ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଡାକ୍ତରମାନେ ସର୍ବଦା କଲରା ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର କାରଣ ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଥାଏ । କଲରା କେବଳ ଶର୍କରାକୁ ନିୟନ୍ତ୍ରଣ କରେ ନାହିଁ, ବରଂ ଶରୀରରେ ଏନର୍ଜୀ ସ୍ତରକୁ ମଧ୍ୟ ବଢାଇଥାଏ । ହଜମ ପ୍ରକ୍ରିୟା ଉନ୍ନତ କରେ: କଲରାରେ ଫାଇବର ଭଲ ପରିମାଣରେ ମିଳିଥାଏ । ଏହା ଖାଇବା ଦ୍ୱାରା ହଜମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଫାଇବର ଯୁକ୍ତ ଭରପୂର ଖାଦ୍ୟ ଖାଇବା ଦ୍ୱାରା ମଳତ୍ୟାଗ ସହଜ ହୋଇଥାଏ, ଯାହା ଦ୍ବାରା କୋଷ୍ଠକାଠିନ୍ୟ ହୁଏ ନାହିଁ।
କୁହାଯାଏ ଯେ କଲରା ମଧ୍ୟ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଯକୃତର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ଏହାର ଡିଟୋକ୍ସଫିକେସନ୍ ପ୍ରକ୍ରିୟାକୁ ସମର୍ଥନ କରେ, ଯାହାଦ୍ୱାରା ଶରୀରର ପରିଷ୍କାରତାକୁ ପ୍ରୋତ୍ସାହିତ କରେ । ଆଣ୍ଟିଅକ୍ସିଡାଣ୍ଟ୍ ଏବଂ ବାୟୋଆକ୍ଟିଭ୍ ଯୌଗିକର ଉପସ୍ଥିତି ହେତୁ କଲରା ଶରୀରକୁ ଡିଟୋକ୍ସିଫାଇ କରିବା ପାଇଁ ମଧ୍ୟ କାମ କରିଥାଏ । ଏହି ଯୌଗିକଗୁଡ଼ିକ ହୋମଫୁଲ୍ ଫ୍ରି’ ରେଡିକାଲ୍ ଦ୍ବାରା ହେଉଥିବା କ୍ଷତିକୁ ହ୍ରାସ କରିଥାଏ ଏବଂ ଶରୀରକୁ ଡିଟକ୍ସିଫାଇ କରିଥାଏ । ଦୈନନ୍ଦିନ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରିବା ଜରୁରୀ । କାରଣ ଏହା ଓଜନ ହ୍ରାସ କରିବାରେ ବି ସାହାଯ୍ୟ କରେ । ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବିଶେଷ ପ୍ରତିଦିନ କଲରା ଖାଇବା ଅଭ୍ୟାସ କରିବା ଉଚିତ୍ ।