ଓଡ଼ିଶା 365 (ବ୍ୟୁରୋ) : ଚା’ ଆମ ଭାରାତୀୟମାନଙ୍କ ପ୍ରିୟ ପାନୀୟ ଭିତରୁ ଏକ। ପ୍ରାୟ ଲୋକଙ୍କ ସକାଳ ଚା’ ପିଇବା ସହିତ ଆରମ୍ଭ ହୋଇଥାଏ । ଅନ୍ୟ ନିଶା ଭଳି ଚା’ ପିଇବା ମଧ୍ୟ କିଛି ଲୋକଙ୍କର ନିଶା । କିଛି ଲୋକ ତ ଗୋଟିଏ ଦିନରେ ୧୦ରୁ୨୦ କପ ଚା’ ପିଇଥାନ୍ତି । କିନ୍ତୁ ଅଧିକ ଚା’ ପିଉଥିବା ଲୋକଙ୍କୁ ବୁଝିବା ଦରକାର ଯେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ତେବେ ଆପଣ ଜାଣିଛନ୍ତି କି ଚା’ ପିଇବା ଦ୍ବାରା ଆପଣଙ୍କ ରଙ୍ଗ କଳା ପଡିଯାଏ । ଏପରି କଥା କେବେ ଆପଣ ପିଲାଦିନେ ଶୁଣିଛନ୍ତି କି ? ତେବେ କଣ ଏହା ସତ ଆସନ୍ତୁ ଜାଣିବା । ଛୋଟ ହୁଅନ୍ତୁ ବା ବଡ ଚା’ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । କିନ୍ତୁ ଚା’ ପସନ୍ଦ ଥିବା ଲୋକମାନଙ୍କୁ ଏହା ସହଜରେ ବିଶ୍ବାସ ହୁଏନା । ସେଥିପାଇଁ ସେମାନଙ୍କୁ ଚା’ ପିଇବା ଦ୍ବାରା ଚର୍ମର ରଙ୍ଗ କଳା ପଡିଯାଏ ବୋଲି କୁହାଯାଏ ।
ପ୍ରାୟତଃ ଛୋଟ ପିଲାମାନେ ଚା’ ପିଇବାକୁ ଜିଦି କରିଥାନ୍ତି ସେଥିପାଇଁ ସେମାନଙ୍କୁ ଭୟଭୀତ କରାଇବା ପାଇଁ ଏପରି କୁହାଯାଇଥାଏ । ସବୁ ଘରମାନଙ୍କରେ ଥିବା ଛୋଟ ପିଲାମାନଙ୍କୁ ଏଭଳି କୁହାଯାଇଥାଏ । ତେବେ କିଛି ଲୋକ ଏହି ଗୁଜବକୁ ସତ ବୋଲି ମଧ୍ୟ ମାନି ନେଇଥାନ୍ତି। ଯାହାକି ଧୀରେ ଧୀରେ ଏବେ ଚାରିଆଡେ ବ୍ୟାପି ଗଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାଇ ଏପର୍ଯ୍ୟନ୍ତ କୌଣସି ସଠିକ୍ ପ୍ରମାଣ ମିଳିନାହିଁ ଯେ ଚା’ ପିଇବା ଦ୍ବାରା ଚର୍ମର ରଙ୍ଗ କଳା ପଡିଯାଏ । ଏହା କେବଳ ଆପଣଙ୍କ ଜୀବନଶୈଳୀ ଉପରେ ନିର୍ଭର କରେ ।