ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଛି । ଏବେ ନିର୍ବାଚନ ପୂର୍ବରୁ ମହିଳା ଭୋଟ୍ ବ୍ୟାଙ୍କ ବଢାଇବାକୁ ଲକ୍ଷ୍ୟ ରଖି ସରକାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିପାରନ୍ତି । ମୋଦୀ ସରକାର ନିଜ କାର୍ୟ୍ୟକାଳ ମଧ୍ୟରେ ମହିଳା ଏବଂ ସାମାଜିକ କଲ୍ୟାଣ ଦିଗରେ ଅନେକ ଆଇନ୍ ଆଣିଛନ୍ତି । ତେବେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଗଲେ ରାଜନୀତିରେ ମହିଳାଙ୍କ ସଂଖ୍ୟା ବଢ଼ିବ । ମହିଳା ମାନେ ସକ୍ରିୟ ରାଜନୀତିରେ ଭାଗନେବେ । ମହିଳା ମାନେ ରାଜନୀତିରେ ଭାଗନେଲେ ମହିଳା ଶସକ୍ତିକରଣ ଦିଗରେ ଦେଶ ଆହୁରି ଆଗକୁ ବଢ଼ିବ ।