ଓଡ଼ିଶା 365 (ବ୍ୟୁରୋ): ବୈଠକ ବସୁଛି, ଆଲୋଚନା ବି ହେଉଛି, ଯୁଡେଗା ଭାରତ ଜିତେଗା ଇଣ୍ଡିଆ ନାରା ମାଧ୍ୟମରେ ବିରୋଧି ମହାମେଣ୍ଟ ଇଣ୍ଡିଆ ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବାକୁ ଅଣ୍ଟା ଭିଡିଛନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏବେଠୁ ବଳ କଷିବା ଆରମ୍ଭ କଲେଣି ବିରୋଧି। ଇଣ୍ଡିଆ ଓ ଏନଡିଏ ମଧ୍ୟରେ କିଏ ଜିତିବ ୨୪ ବାଜି, ଜୋର ଧରିଲାଣି ରାଜନୀତି । ସୋସିଆଲ ମିଡିଆରେ ନେତାଙ୍କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ସେପଟେ କେବଳ ଭାରତ ନୁହେଁ ସାରା ବିଶ୍ବରେ ମୋଦିଙ୍କ କ୍ରେଜ ବଢିବାରେ ଲଗିଛି। ଯାହା ବିରୋଧିଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ମୋଦି ବୋଲି ସ୍ପଷ୍ଟ କରିସାରିଛି ଦଳ। କିନ୍ତୁ ମହାମେଣ୍ଟର ଆଲୋଚନା ସରିଥିଲେ ମଧ୍ୟ ମେଣ୍ଟରେ କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା, କେଉଁ ସିଟରୁ କିଏ ଲଢିବ, କାହା ଭାଗରେ କେତେ ସିଟ୍ ପଡିବ, ଆସନ ଭାଗବଣ୍ଟାକୁ ନେଇ ହୋଇପାରୁ ନାହିଁ କୌଣସି ନିଷ୍ପିର୍ତ୍ତି ।
କିନ୍ତୁ ବିରୋଧି ମିଳିମିଶି ଲଢିବେ ବୋଲି କୁହାଯାଇଛି। ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ ଥିବାବେଳେ ବିରୋଧି ମେଣ୍ଟର ପିଛା ଛାଡୁନି ବିବାଦ। ଯଦି ଆସନ ଭାଗବଣ୍ଟା ହୁଏ ରାଜ୍ୟରେ କ୍ଷମତାରେ ଥିବା ଦଳ ଅନ୍ୟ ସହଯୋଗୀ ଦଳକୁ କେତେ ଆସନ ଛାଡିବ,
ଉତ୍ତରପ୍ରଦେଶରେ ଭାରତରେ ସର୍ବାଧିକ ୮୦ଟି ଲୋକସଭା ସିଟ୍ ରହିଛି । ବିରୋଧି ମେଣ୍ଟର ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି, ଆସନ ଭାଗବଣ୍ଟାରେ କଂଗ୍ରେସକୁ କେତୋଟି ସିଟ୍ ଛାଡିବ ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିଏମସି କ୍ଷମତାରେ ରହିଥିବାବେଳେ ଲୋକସଭା ସିଟ୍ ସଂଖ୍ୟା ରହିଛି ୪୨, ମେଣ୍ଟ ଅନୁସାରେ ଟିଏମସି ପଶ୍ଚିମବଙ୍ଗରେ କେତୋଟି ସିଟ୍ ଛାଡିବ କଂଗ୍ରେସକୁ ।
ଦେଶର ରାଜଧାନୀ ଆପ ଦଖଲରେ ରହିଛି । ପୂର୍ବରୁ ଏହା କଂଗ୍ରେସର ଗଡ଼ ଥିଲା, ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍ ରହିଛି, ତେଣୁ ଆପ୍ ଆଗାମୀ ନିର୍ବାଚନରେ କଂଗ୍ରେସକୁ କୋତୋଟି ସିଟ୍ ଛାଡିବ। ସେହିପରି ପଞ୍ଜାବରେ କଂଗ୍ରେସକୁ ହଟାଇ ଆପ୍ ଗାଦି ଦଖଲ କରିଥିବା ବେଳେ ଲୋକସଭା ନିର୍ବାଚନରେ ୧୩ଟି ସିଟରୁ କେତୋଟି ସିଟ୍ କଂଗ୍ରେସକୁ ଆପ୍ ଛାଡିବ, କେରଳରେ ସରକାରରେ ଥିବା ପିନାରାଇଙ୍କ ନେତୃତ୍ବ ସିପିଆଇଏମ ଦଳ କଂଗ୍ରେସକୁ କେତୋଟି ସିଟ୍ ଛାଡିବ, ସେହିପରି ମହାରାଷ୍ଟ୍ରରେ ପୂର୍ବରୁ କ୍ଷମତାରେ ଥିବା ଉଦ୍ଧବ ଠାକରେଙ୍କ ଦଳ କେତୋଟି ସିଟ୍ ଛାଡିବ କଂଗ୍ରେସକୁ, ବିରୋଧି ମେଣ୍ଟରେ ଛିଣ୍ଡିବ ତ ସିଟ୍ ଭାଗବଣ୍ଟା ଅଙ୍କ ? ଦେଖିବାକୁ ଗଲେ ପୁରାତନ ଦଳ କଂଗ୍ରେସ ସିଟ୍ ଭାଗବଣ୍ଟା ହେଲେ ଅଧିକ କ୍ଷତି ସହିବ। ବିଜେପିର କନଫିଡେଣ୍ଟ ଆଗରେ ତିଷ୍ଠି ପାରିବେ ତ ବିରୋଧି, ମୋଦିଙ୍କୁ ମହାମେଣ୍ଟରେ କିଏ ଦେବ ଟକ୍କର, ଇଣ୍ଡିଆ ନା ଏନଡିଏ ମଧ୍ୟରୁ ୨୪ରେ କିଏ ଜିତିବ ବାଜି ତା ଉପରେ ସମସ୍ତଙ୍କ ନଜର।