ଓଡ଼ିଶା 365 (ବ୍ୟୁରୋ) :ଭାରତୀୟ ରିର୍ଜଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କର୍ ତାଲିକାରେ ଏକ ନମ୍ବର ସ୍ଥାନରେ ରଖାଯାଇଛି। ଆମେରିକାର ଆଧାରିତ ପତ୍ରିକା ଗ୍ଲୋବାଲ ଫାଇନାନ୍ସ ସର୍ବଭାରତୀୟ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ମାନ୍ୟତା ପାଇଛି । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ଶକ୍ତିକାନ୍ତ ଦାସଙ୍କୁ ଏ + ମୂଲ୍ୟାୟନ ଦିଆଯାଇଛି । ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରି ଆରବିଆଇ କହିଛି ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱର ଶ୍ରେଷ୍ଠ ତିନି ଜଣ ବ୍ୟାଙ୍କରଙ୍କ ମଧ୍ୟରେ ଶୀର୍ଷରେ ରଖାଯାଇଛି। ଏହି ତିନୋଟି କେନ୍ଦ୍ରୀୟ ବ୍ୟାଙ୍କର୍ଙ୍କୁ ଏ + ରେଟିଂ ଦିଆଯାଇଛି । ଶକ୍ତିକାନ୍ତ ଦାସଙ୍କ ପରେ ସ୍ୱିଜରଲ୍ୟାଣ୍ଡର ଥୋମାସ ଜେ ଜୋର୍ଡାନଙ୍କୁ ଦୁଇ ନମ୍ବରରେ ଏବଂ ଭିଏତନାମର ନଗୁଏନ ଥି ହଙ୍ଗ ତୃତୀୟ ସ୍ଥାନରେ ସ୍ଥାନ ପାଇଛନ୍ତି ।