ଓଡ଼ିଶା 365 (ବ୍ୟୁରୋ) : ହଳଦୀକୁ ଆମେ ରୋଷେଇ ସାମଗ୍ରୀ ମଧ୍ୟରେ ବ୍ୟବହାର କରି ଥାଉ। ଖାଲି ସେତିକି ନୁହେଁ ବରଂ ହଳଦୀକୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ହଳଦୀର କିଛି ବିଶେଷ ଉପକାରୀ ଗୁଣ ରହିଛି ।ଯାହା ଜାଣିବାର ବହୁ ଆବଶ୍ୟକ, ହଳଦୀରେ ଲିପୋପୋଲି ସାକାଲାଇଡସ ରହିଥାଏ। ଏହା ଥଣ୍ଡା କାଶକୁ ଖୁବ୍ ଶୀଘ୍ର ଭଲ କରି ଦେଇଥାଏ। ଅର୍ଥାତ ହଳଦୀ ପାଣିର ସେବନ କରିବା ଦ୍ଵାରା କୌଣସି ପ୍ରକାରର ଭାଇରସ ଶରୀରକୁ ଗ୍ରାସ କରି ପାରେ ନାହିଁ । ହଳଦୀରେ କ୍ଷତ ଭରିବାର ଗୁଣ ରହିଛି। ତେବେ ଯଦି ଆପଣ ହଳଦୀ ପାଣିର ସେବନ କରୁଛନ୍ତି, ତାହେଲେ ଆପଣଙ୍କ ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ତାହା ଖୁବ୍ ଶୀଘ୍ର ଶୁଖି ଯିବ। ହଳଦୀରେ ଥିବା ଏଣ୍ଟି ଇମ୍ଫରାମେଟିଷ ଗୁଣ ରହିଥାଏ। ଏହା ଶରୀରର ଆଣ୍ଠୁ ଗଣ୍ଠି ଫୁଲିବା ରୋଗକୁ ଦୂର କରି ଥାଏ। କିଛି ଲୋକଙ୍କ ଗଣ୍ଠି ଫୁଲି ଯାଇଥାଏ ଏବଂ କୋଷକୁ ନଷ୍ଟ କରି ଦେଇଥାଏ। ଯଦି ଆପଣ ସପ୍ତାହରେ ତିନିଥର ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି, ତାହେଲେ ଆପଣଙ୍କୁ ଆଥରାଇଟସ ରୋଗରୁ ମୁକ୍ତି ମିଳି ପାରିବ।
ହଳଦୀ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ହଳଦୀରେ ଥିବା ଏଣ୍ଟି କ୍ୟାନ୍ସର ଗୁଣ ଯୋଗୁଁ ଏହା କ୍ୟାନ୍ସର କୋଷକୁ ସୃଷ୍ଟି ହେବାକୁ ଦେଇ ନଥାଏ। ଯଦି ଆପଣ ହଳଦୀ ପାଣିର ସେବନ କରୁଛନ୍ତି ତାହେଲେ ଏହି ସମସ୍ତ ପ୍ରକାରର ଟ୍ୟୁମରରୁ ରକ୍ଷା ମିଳିଥାଏ। ଅର୍ଥାତ ଯଦି ଆପଣ ସପ୍ତାହରେ ୩ ରୁ ୪ ଥର ସେବନ କରନ୍ତି ତାହେଲେ ଭବିଷ୍ୟତରେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇ ପାରିବେ। ବର୍ତମାନ ରେଡିଏସନ ଯୁଗରେ ଖାଦ୍ୟପଦାର୍ଥର କୁପ୍ରଭାବ ଯୋଗୁଁ କ୍ୟାନ୍ସର ରୋଗ ବୃଦ୍ଧି ହୋଇଥାଏ। ହଳଦୀ ପାଣିର ସେବନ ଯୋଗୁଁ ସବୁ ରୋଗ ଦୂର ହୋଇଥାଏ।
ହଳଦୀ ପାଣି ସେବନ କଲେ ଏହା ଆପଣଙ୍କ ଶରୀରରେ ଖରାପ କଲେଷ୍ଟ୍ରାଲକୁ ନାଶ କରିଥାଏ। ଏହା ରକ୍ତକୁ ଗାଢ଼ କରିବାକୁ ଦେଇ ନଥାଏ। ହଳଦୀର ସେବନ କଲେ ବ୍ଲଡ଼ ପାଇପରେ ରକ୍ତ ଜମାଟ ବାନ୍ଧି ନଥାଏ। ଏହା ହୃଦ ରୋଗୀ ମାନଙ୍କ ପାଇଁ ଉପକାରୀ ଅଟେ।
ହଳଦୀର ଆଉ ଏକ ଉପକାରୀ ଗୁଣ ହେଲା ଏହା ଶରୀରରେ ବାଇଲସ ବା ପିତ୍ତ ସୃଷ୍ଟି ହେବାକୁ ତ୍ୱରାନ୍ୱିତ କରିଥାଏ। ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣ ଯେଉଁ ଖାଦ୍ୟ ଖାଇଥାନ୍ତି, ତାହା ସହଜରେ ହଜମ ହୋଇ ଯାଇଥାଏ । ଏହା ବ୍ୟତୀତ ଅଧିକ ବାଇଲସ ସିକ୍ରେଶନ ହେବା ଯୋଗୁଁ ଆପଣ ଅଧିକ ଚର୍ବିକୁ ହଜମ କରି ପାରନ୍ତି। ତେଣୁ ଏହି ଅଦରକାରୀ ଚର୍ବି ଆପଣଙ୍କ ଶରୀରରେ ଜମାଟ ବାନ୍ଧି ନଥାଏ।ହଳଦୀର ଆଉ ଏକ ଉପକାରୀ ଗୁଣ ହେଲା ଏହା ଲିଭରର କାର୍ଯ୍ୟକାରୀ କ୍ଷମତାକୁ ତ୍ୱରାନ୍ୱିତ କରି ଥାଏ। ଅର୍ଥାତ ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିଥାଏ। ଯଦି ଆପଣ ହଳଦୀ ପାଣି ସେବନ କରୁଛନ୍ତି ତାହେଲେ ଆପଣ କୌଣସି ପ୍ରକାରର ସଂକ୍ରମଣରୁ ରକ୍ଷା ପାଇ ପାରିବେ।
ହଳଦୀ ମସ୍ତିଷ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଯଦି ଆପଣ ସକାଳେ ଉଷୁମ ପାଣିରେ ହଳଦୀ ମିଶାଇ ଏହାର ସେବନ କରୁଛନ୍ତି ତାହେଲେ ଏହା ମସ୍ତିଷ୍କର ବିକାଶରେ ଅଧିକ ସହାୟକ ହୋଇଥାଏ ।ହଳଦୀ ପାଉଡରକୁ ମହୁରେ ମିଶାଇ ଏହାର ସେବନ କରିବା ଦ୍ୱାରା ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଏହି ମିଶ୍ରଣର ସେବନ ପ୍ରତିଦିନ କଲେ ସ୍କିନର ସେଲ ଗୁଡିକରେ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ବୟସ ଜନିତ ଲକ୍ଷଣ କମ୍ ଦେଖା ଯାଇଥାଏ।