ଓଡ଼ିଶା 365 (ବ୍ୟୁରୋ): କଟକ ଚୌଦ୍ୱାର ଠାରେ ଅବସ୍ଥିତ ସର୍ବପୁରାତନ ଲୁଗାକଳ ଓଟିଏମ୍ କମ୍ପାନୀ ଓ ଏହା ସଂଲଗ୍ନ ସମସ୍ତ ସ୍ଥାନ ପରିଦର୍ଶନ କରିଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି । ଏହାପରେ ବନ୍ଦ ପଡ଼ିଥିବା ଓଟିଏମ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି। ନିକଟରେ ବନ୍ଦ ପଡିଥିବା ଓଟିଏମ ର ସମସ୍ତ ଜମିକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସରକାରୀ ସ୍ତରରେ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ସହ ଇଡ଼କୋ କୁ ସମସ୍ତ ଜମି ହସ୍ତାନ୍ତର କରାଜାଇଥିଲା। ଆଜିର ପରିଦର୍ଶନରେ ଜିଲ୍ଲାପାଳ ଓଟିଏମ ର ସମସ୍ତ ଜମି ସହ ଜବରଦଖଲରେ ଥିବା ଜମିକୁ ମଧ୍ୟ ଦେଖିଥିଲେ।
ନିକଟରେ ଏ ଅଞ୍ଚଳର ଆର୍ଥିକ ବିକାଶ ପାଇଁ ଖାଲି ଜମିରେ ଶୀଘ୍ର ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏଥି ସହ ଓଟିଏମ କଲୋନି ବାସୀମାନେ ସେମାନଙ୍କର ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଥିଲେ ।.