ଓଡ଼ିଶା 365 (ବ୍ୟୁରୋ) : ଛତିଶଗଡ଼ ସରକାର ରାଜ୍ୟବାସୀଙ୍କୁ ୩୬ଟି ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ୧୯ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ରାଜ୍ୟ ସରକାର ଋଣ ଛାଡ କରିବେ ବୋଲି କହିଥିଲେ। କିନ୍ତୁ ଏହାକୁ ଛାଡ଼ ମଧ୍ୟ କରା ଯାଇ ନାହିଁ । ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟରେ ବ୍ୟାପକ ଦୁର୍ନୀତି ହେଉଛି,ସବୁ ସ୍ଥାନରେ ବିଶୃଙ୍ଖଳା ଅଛି । ପୂର୍ବତନ ରମଣ ସରକାର ମଦ ନିଷେଧକୁ ପ୍ରୋତ୍ସାହିତ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ମାତ୍ରେ ଏହାକୁ ପରିବର୍ତ୍ତନ କରିଥିଲେ। କାରଣ କଂଗ୍ରେସ ସରକାର ରାଜସ୍ବ ପାଇଁ ଲୋଭୀ । ଶାହ ଆହୁରି କହିଛନ୍ତି, ସରକାର ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟକ୍ରମ କରୁ ନାହାନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗାନ୍ଧୀ ପରିବାର ପାଇଁ ଏଟିଏମ ଭାବରେ କାମ କରି ଗରିବ ଲୋକଙ୍କୁ ଲୁଟ କରିଛନ୍ତି। ଭୁପେଶ ବାଘେଲଙ୍କ ସରକାର ଗରିବ ଲୋକଙ୍କଠାରୁ ଖାଦ୍ୟଶସ୍ୟ ଛଡ଼ାଇବା କାମ କରୁଛନ୍ତି। ଏହାର ଜବାବ ରାଜ୍ୟ ଲୋକେ ଦେବେ ବୋଲି ଅମିତ ଶାହା କହିଛନ୍ତି ।