ଓଡ଼ିଶା 365 (ବ୍ୟୁରୋ) : ଏଥର ୨୦୨୩ ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆର.ବି.ଆଇ ଓ୍ବେବସାଇଟରେ ତଥ୍ୟ ପ୍ରକାଶ ପାଇଛି । ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଛୁଟି ତାଲିକାକୁ ଜାଣି ରଖନ୍ତୁ। ଅଧିକ ପଢ଼ନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ବ୍ୟାଙ୍କ୍ର ଛୁଟି ତାଲିକା ପ୍ରକାଶ କରିଥାଏ । ଏଥର ମଧ୍ୟ ସେପ୍ଟେମ୍ବର ମାସ ପାଇଁ ଛୁଟିର ତାଲିକା ଜାରି କରିଛି । ତେବେ ଆର.ବି.ଆଇ.ର ଏହି ଲିଷ୍ଟ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଖୁସି ଆଣିଦେଇଛି । ଯଦି ଆପଣମାନେ ସେପ୍ଟେମ୍ବରରେ କୌଣସି ବ୍ଯାଙ୍କ ସମ୍ବନ୍ଧୀୟ କାମ କରିବାକୁ ଚାହିଁଛନ୍ତି ତେବେ ଏହି ଛୁଟି ତାଲିକାକୁ ଜାଣି ରଖନ୍ତୁ, ନଚେତ ଅସୁବିଧାର ସାମ୍ନା କରିପାରନ୍ତି । ଆର.ବି.ଆଇ ର ତାଲିକା ଅନୁସାରେ, ଏଥର ସେପ୍ଟେମ୍ବରରେ ଅଧା ଦିନ ବ୍ୟାଙ୍କରେ ତାଲା ପଡ଼ିବ ଅର୍ଥାତ ବ୍ୟାଙ୍କ କାରବାର ବନ୍ଦ ରହିବ ।ତେବେ ଆର.ବି.ଆଇ ପ୍ରତି ମାସରେ ବ୍ୟାଙ୍କ ଛୁଟିର ତାଲିକା ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରିଥାଏ ।
ଓ୍ବେବ୍ସାଇଟ୍ ତଥ୍ୟ ଅନୁସାରେ ଏଥର ୨୦୨୩ ସେପ୍ଟେମ୍ବରରେ ବ୍ଯାଙ୍କ ୧୬ ଦିନ ବନ୍ଦ ରହିବ । ଏହି ଛୁଟିରେ ବଭିନ୍ନ ରାଜ୍ୟର ପର୍ବପର୍ବାଣୀକୁ ସାମିଲ କରାଯାଇଛି । ଏହା ସହିତ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସମେତ ରବିବାର ଛୁଟିକୁ ମଧ୍ୟ ସାମିଲ କରାଯାଛି । ତେବେ ପ୍ରତି ରାଜ୍ୟରେ ପର୍ବ ଅଲଗା ଅଲଗା ଥିବାରୁ ସେପ୍ଟେମ୍ବରରେ ଛୁଟି ସଂଖ୍ୟା ବଢ଼ିଛି । ସେପ୍ଟେମ୍ବର ମାସରେ ପ୍ରଥମେ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଛି। ଏହାପରେ ଗଣେଷ ଚତୁର୍ଥୀ ଏବଂ ଇଦ୍ ଭଳି ପର୍ବ ରହିଛି । ତେବେ ବ୍ୟାଙ୍କର ଛୁଟିକୁ ନେଇ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ କାରଣ ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ। ଏହାଦ୍ୱାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ କରିପାରିବେ। ଏହା ବ୍ୟତୀତ ନେଟ୍ ବ୍ୟାଙ୍କିଂ ମଧ୍ୟ ଏକ ଭଲ ବିକଳ୍ପ । ତେବେ ବ୍ୟାଙ୍କର ଛୁଟିଦିନ ଗୁଡିକୁ ଆପଣମାନେ ଆପଣଙ୍କ ମୋବାଇଲରେ ଦେଖି ପାରିବେ। ।