ଓଡ଼ିଶା 365 (ବ୍ୟୁରୋ): ସୋନପୁରରୁ ଜାଲ ନୋଟ୍ ରାକେଟର ପର୍ଦ୍ଦାଫାସ କଲା ଏସଟିଏଫ । ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି । ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।
ସୂଚନାଯୋଗ୍ୟ, ଗତ ଏପ୍ରିଲରେ ମୟୂରଭଞ୍ଜରେ ଜାଲ ନୋଟ କାରବାର ଯୋଗୁଁ ବନ୍ଧା ହୋଇଥିଲେ ୭ ଜଣ । ୧୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅପହରଣ ମାମଲାର ତଦନ୍ତ ବେଳେ ସାମନାକୁ ଆସିଥିଲା ଜାଲ ନୋଟ କାରବାର ଘଟଣା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଥିଲା ବଡ଼ସାହି ଅଞ୍ଚଳର ।